Categories: ଫୁରସତ

‘ଗୋମାତା’ କେଉଁ ଦେଶର ଜାତୀୟ ପଶୁ? ନାଁ ଜାଣିଲେ ବିଶ୍ୱାସ ହେବ ନାହିଁ…

ଭାରତରେ ଗୋମାତାଙ୍କୁ ପୂଜା କରାଯାଏ। ହିନ୍ଦୁ ଧର୍ମାବଲମ୍ବୀ ତାଙ୍କୁ ମା’ ବୋଲି ମାନିଥାନ୍ତି। ହେଲେ ଗାଈ ଭାରତର ଜାତୀୟ ପଶୁ ନୁହେଁ। ରୟାଲ ବେଙ୍ଗଲ ଟାଇଗର ଭାରତର ଜାତୀୟ ପଶୁ ମାନ୍ୟତା ପାଇଛି। ହେଲେ ଏମିତି ଏକ ଦେଶ ଅଛି ଯାହାର ଜାତୀୟ ପଶୁ ହେଉଛି ଗାଈ।

ଉକ୍ତ ଦେଶ ହେଉଛି ନେପାଳ। ପ୍ରଥମେ ନେପାଳ ନିଜକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରିଥିଲା। ଏବେ ଏହା ଧର୍ମନିରପେକ୍ଷ ଲୋକତାନ୍ତ୍ରିକ ଗଣରାଜ୍ୟ ହୋଇଛି। ପ୍ରଥମେ ଏଠାରେ ରାଜା ଶାସନ ଥିବା ବେଳେ ଏବେ ଏହା ସଂଘୀୟ ଗଣରାଜ୍ୟ ହୋଇଛି।
୨୦୧୫ ସେପ୍ଟେମ୍ବର ୨୦ରେ ନେପାଳରେ ନୂଆ ସମ୍ବିଧାନ ଘୋଷଣା କରାଯାଇଥିଲା। ଏହାପରେ ନେପାଳର ହିନ୍ଦୁ ରାଷ୍ଟ୍ର ମାନ୍ୟତା ସମାପ୍ତ ହୋଇଥିଲା।

Share