ସାମନ୍ଥାଙ୍କଠାରୁ ବି ସୁନ୍ଦର ନାଗାଙ୍କ ନୂଆ ୱାଇଫ

ଚେନ୍ନାଇ: ନାଗା ଓ ସାମନ୍ଥା ପରସ୍ପରଠାରୁ ଅଲଗା ହେବା ପରେ ନିଜ ଲାଇଫରେ ମୁଭ ଅନ୍ କରିବାକୁ ବେଶୀ ସମୟ ଲଗାଇ ନାହାନ୍ତି । ସାମନ୍ଥା ଏବେ ତାଙ୍କ କ୍ୟାରିୟର ଉପରେ ଧ୍ୟାନ ଦେଉଥିବା ବେଳେ ନାଗା ପୁଣିଥରେ ତାଙ୍କ ଲଭ୍ ଲାଇଫକୁ ମୌକା ଦେବା ମୁଡରେ ଅଛନ୍ତି । ସାମନ୍ଥାଙ୍କଠାରୁ ଅଲଗା ହେବାର କିଛିମାସ ପରେ ନାଗା ତାଙ୍କ ପାଇଁ ନୂଆ ଜୀବନସାଥି ଖୋଜି ଦେଇଛନ୍ତି । ନାଗା ଯାହାକୁ ନେଇ ଏବେ ସଂସାର କରିବାକୁ ଯାଉଛନ୍ତି ସେ କୁଆଡେ ସାମନ୍ଥାଙ୍କଠାରୁ ଅଧିକ ସୁନ୍ଦର ବୋଲି କୁହାଯାଉଛି । ସେ ହେଉଛନ୍ତି ଅଭିନେତ୍ରୀ ଶୋଭିତା ଧୁଲିପାଲା । ଶୋଭିତା ଜଣେ ଆଗଧାଡିର ଅଭିନତ୍ରୀ । ସେ ଫିଲ୍ମ ସହ କିଛି ୱେବ ସିରିଜରେ ବି କାମ କରି ସାରିଛନ୍ତି । ଆକ୍ଟ୍ରେସ୍ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ।
ତେବେ ନାଗାଙ୍କୁ ୩୫ ବର୍ଷ ହୋଇଥିବା ବେଳେ ଶୋଭିତା ତାଙ୍କଠାରୁ ୫ ବର୍ଷ ସାନ ଅର୍ଥାତ୍ ଶୋଭିତାଙ୍କୁ ମାତ୍ର ୩୦ ବର୍ଷ ବୟସ । ହେଲେ ସାମନ୍ଥାଙ୍କ ବୟସ ଥିଲା ୩୫ ବର୍ଷ । କୁହାଯାଉଛି କି ଏବେ ନାଗା ଅଭିନେତ୍ରୀ ଶୋଭିତାଙ୍କୁ ଡେଟ୍ କରୁଛନ୍ତି । ନିକଟରେ ଉଭୟଙ୍କୁ ନାଗାଙ୍କ ନୂଆ ଘରେ ଦେଖିବାକୁ ମିଳିଥିଲା । ଏହାପରେ ଅନୁମାନ କରାଯାଉଛି କି ଉଭୟ ପରସ୍ପରକୁ ଡେଟ କରୁଛନ୍ତି ।
ନାଗା ଚୈତନ୍ୟ ହାଇଦ୍ରାବାଦର ଜୁବଲି ହିଲ୍ସରେ ଏକ ନୂଆ ଘର କିଣିଛନ୍ତି । ଏବେ ଏହାର କାମ ଚାଲିଛି । ତେବେ ଏହି ଘରେ ନାଗା-ଶୋଭିତାଙ୍କୁ ଏକାସାଙ୍ଗେ ବହୁତ କମ୍ଫଟେବଲ ଭାବେ ଦେଖିବାକୁ ମିଳିଛି । ତେବେ ଘର ଦେଖିବା ସମୟରେ ଉଭୟ ଖୁବ୍ ଖୁସି ଜଣାପଡୁଥିବା ବେଳେ ସେଠାରୁ ଫେରିବା ସମୟରେ ବି ଉଭୟ ଏକାଠି ଫେରିଥିବାରୁ ଆଲୋଚନା ହେଉଛି କି ନାଗା-ଶୋଭିତା ପରସ୍ପରକୁ ଡେଟ କରୁଛନ୍ତି ।

Share