ନିଦ ହଜାଇଲେଣି ପୂର୍ବା

ମୁମ୍ବାଇ: ଅଭିନେତ୍ରୀ ଆଞ୍ଚଲ ସିଂ ଏବେ ଖୁବ୍ ଚର୍ଚ୍ଚାରେ । ନେଟଫ୍ଲିକ୍ସ ୱେବ ସିରିଜ ‘ୟେ କାଲି କାଲି ଆଖେଁ’ରେ ତାଙ୍କ୍ ଅଭିନୟକୁ ନେଇ ସେ ଆସିଛନ୍ତି ଚର୍ଚ୍ଚାକୁ । ୱେବ ସିରିଜରେ ଅଭିନେତ୍ରୀ ଏକ ଦମଦାର ଅଭିନୟ କରିଛନ୍ତି । ଯିଏକି ପ୍ୟାର ମେ ଦିୱାନି ହୋଇଯାଉଛନ୍ତି । ଆଉ ତାଙ୍କର ଏହି ପାଗଳାମି ଅନେକଙ୍କୁ ବର୍ବାଦ କରୁଛି । ସିରିଜର ପ୍ରଥମ ସିଜନ ରିଲିଜ ହୋଇ ସାରିଛି । ଯେଉଁଥିରେ ଆଞ୍ଚଲଙ୍କ କାମକୁ ଖୁବ୍ ପ୍ରଶଂସା କରାଯାଇଛି । ଜଣେ ମଡେଲ ଭାବେ କ୍ୟାରିୟର ଆରମ୍ଭ କରିଥିବା ଆଞ୍ଚଲ ଏଥିପାଇଁ ଖୁବ୍ ପରିଶ୍ରମ କରିଛନ୍ତି । ସିରିଜ ‘ୟେ କାଲି କାଲି ଆଖେଁ’ ପୂର୍ବରୁ ସେ ଆଉ ଏକ ୱେବ ସିରିଜରେ କାମ କରି ସାରିଛନ୍ତି । ଏହାସହ ମୁଭି ଆଡରେ ବି କାମ କରିଛନ୍ତି ଆଞ୍ଚଲ । ଏବେ ‘ୟେ କାଲି କାଲି ଆଖେଁ’ ତାଙ୍କୁ ଦେଇଛି ଏକ ଭିନ୍ନ ପରିଚୟ । ସିରିଜକୁ ସେମିତି କିଛି ଖାସ୍ ରେସ୍‌ପନ୍ସ ମିଳି ନ ଥିଲେ ବି ଆଞ୍ଚଲଙ୍କ କ୍ୟାରେକ୍ଟରକୁ ଦେଖି ଦିୱାନା ହୋଇଛନ୍ତି ଦର୍ଶକେ । ଏଥିରେ ସେ ପୂର୍ବା ଚରିତ୍ରରେ ନଜର ଆସିଛନ୍ତି ।
୫ ଏପ୍ରିଲ ୧୯୯୨ରେ ଜନ୍ମ ନେଇଛନ୍ତି ଆଞ୍ଚଲ । ସେ ଚଣ୍ଡିଗଡ଼ର ବାସିନ୍ଦା । ଏବେ ପର୍ଯ୍ୟନ୍ତ ସେ ୩୦୦ରୁ ଅଧିକ ଆଡ ସୁଟସ୍‌ରେ କାମ କରି ସାରିଛନ୍ତି । ‘ୟେ କାଲି କାଲି ଆଖେଁ’ ପୂର୍ବରୁ ସେ ୱେବ ସିରିଜ ‘ଅନଦେଖି’ରେ ନଜର ଆସିଥିଲେ ।

Share