‘ପୁଷ୍ପାରାଜ’ ଅଲ୍ଲୁ ଅର୍ଜୁନଙ୍କ ପତ୍ନୀ ସ୍ନେହା କିଏ? ସ୍ବାମୀଙ୍କ ଭଳି କୋଟିରେ ଯାହାଙ୍କ ସମ୍ପତ୍ତି, ପ୍ରଥମ ଦେଖାରେ…

ହାଇଦ୍ରାବାଦ: ଆଜିକାଲି ଚର୍ଚ୍ଚାରେ ଅଛନ୍ତି ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଶୁକ୍ରବାର ତାଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ କରିଥିଲା। ନିମ୍ନ ଅଦାଲତ ତାଙ୍କୁ ୧୪ ଦିନ ଲାଗି ଜେଲକୁ ପଠାଇ ଦେଇଥିଲେ। ହେଲେ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ବେଲ୍‌ ଦେଇଥିଲେ। ଏହା ପରେ ଶନିବାର ସକାଳେ ସେ ଜେଲରୁ ମୁକୁଳିଥିଲେ। ଏସବୁ ମଧ୍ୟରେ ଅଭିନେତାଙ୍କ ଗିରଫଦାରିକୁ ନେଇ ହଙ୍ଗାମା ହୋଇଥିଲା। ସେହିଭଳି ତାଙ୍କ ପତ୍ନୀଙ୍କ ଏକାଧିକ ଭିଡିଓ ସାମ୍ନାକୁ ଆସଥିଲା।

ଏକ ଭିଡିଓରେ ଅଲ୍ଲୁ ଅର୍ଜୁନ ପୋଲିସ ସହ ଯାଉଥିବା ବେଳେ ପତ୍ନୀ ସ୍ନେହା ରେଡ୍ଡିଙ୍କୁ ଚୁମ୍ବନ ଦେଇଥିଲେ। ସେହିଭଳି ସେ ଜେଲରୁ ଘରକୁ ଫେରିବା ପରେ ସେ ଭାବବିହ୍ବଳ ହୋଇ ଅଭିନେତାଙ୍କୁ ଆଲିଙ୍ଗନ କରିଥିଲେ। ଏମିତିରେ ତାଙ୍କୁ ନେଇ ଚର୍ଚ୍ଚା ବଢ଼ିଛି। କହିବାକୁ ଚାହିଁବୁ ସ୍ନେହା ଇଣ୍ଟରନେଟ୍‌ ଦୁନିଆର ବଡ଼ ନାମ। ତାଙ୍କ ନେଟ୍‌ଓ୍ବର୍ଥ ମଧ୍ୟ କୋଟିରେ।

ସ୍ନେହା ଏବଂ ଅଲ୍ଲୁ ଅଭିନୟଜଗତର ପାଓ୍ବତ କପଲ୍‌ ଭାବେ ଜଣାଶୁଣା। ସ୍ନେହା ସୋସିଆଲ ମିଡିଆରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଫଟୋ ଶେୟାର କରିଥାନ୍ତି। ଇଷ୍ଟୋଗ୍ରାମରେ ତାଙ୍କୁ ୯ ମିଲିୟନରୁ ଅଧିକ ଲୋକେ ଫଲୋ କରୁଛନ୍ତି।

କୁହାଯାଏ ପ୍ରଥମ ଦେଖାରେ ଅଲ୍ଲୁ ସ୍ନେହାଙ୍କୁ ଭଲପାଇ ବସିଥିଲେ। ପରେ ଦୁହେଁ ୨୦୧୧ରେ ବିବାହ କରିନେଇଥିଲେ।ଏବେ ଦୁହିଁଙ୍କ ୨ ସନ୍ତାନ ଅଛି।

ସମ୍ପତ୍ତି ଦେଖିଲେ ସ୍ନେହା ୪୨ କୋଟି ଟଙ୍କାର ମାଲିକାଣି। ସେ ଅଭିନୟରୁ ଦୂରରେ ରହୁଥିଲେ ହେଁ ସେ ଜଣେ ସଫଳ ମହିଳା ବ୍ୟବସାୟୀ। ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ସହ ସେ ‘ପିକାବୁ’ ନାମକ ପ୍ରଫେସନାଲ ଫଟୋଗ୍ରାଫି ଷ୍ଟୁଡିଓ ଚଳାଉଛନ୍ତି। ସେ ମଧ୍ୟ ଏକ ବଡ଼ ପରିବାରରୁ ଆସିଛନ୍ତି।

ସେହିଭଳି ଅଲ୍ଲୁ ମଧ୍ୟ ସୁପରଷ୍ଟାର ହେବା ସହ ସଫଳ ବ୍ୟବସାୟୀ। ସେ ଅନେକ ସ୍ଥାନରେ ଟଙ୍କା ଲଗାଇଛନ୍ତି। ନିଜ ପ୍ରଯୋଜନା ସଂସ୍ଥା, ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟସ୍‌ ଏବଂ ସୋସିଆଲ ମିଡିଆରୁ ସେ ମୋଟା ଅଙ୍କର ଟଙ୍କା କମାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡିଲା ଟିଣ

ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ...

ପହଲଗାମ ଆକ୍ରମଣ ଉପରେ ଭାରତ ସପକ୍ଷରେ ଟ୍ରମ୍ପଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୨।୪: ଯୁକ୍ତରାଷ୍ଟ୍ର ଭାରତ ସହ ଦୃଢ଼ଭାବେ ଛିଡ଼ା ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋର ଦେଇ କହିଛନ୍ତି, ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ...

ଖୁସି ମୁହୂର୍ତ୍ତର ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର,୨୨।୪: ଏକ ଦୁଃଖଦ ଘଟଣାରେ, ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଜଣେ ଯୁବକ ନିହତ ହୋଇଥିବା...

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ହତ୍ୟା: ୨୮ ଗିରଫ

ପଦ୍ମପୁର,୨୨।୪ (ପ୍ରଶାନ୍ତ କୁମାର କର): ଆଜିର ଆଧୁନିକ ଯୁଗରେ ଏବେ ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ପରି ବୀଭତ୍ସକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ଏହାର...

ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ

କୋଲକାତା,୨୨।୪: କୋଲକାତା ଉପକଣ୍ଠ ବାଗୁଇହାଟିର ଏକ ରାସ୍ତା ପାର୍ଶ୍ୱରେ ପଡ଼ିରହିଥିବା ଟ୍ରଲିବ୍ୟାଗ୍‌ରୁ ଜଣେ ଯୁବତୀଙ୍କ ଓଠ ସିଲ୍‌ ହୋଇଥିବା ମୃତଦେହ ମିଳିଛି। ସୋମବାର ରାତିରେ କେହି...

“ନିଷ୍ଠୁର ଅପରାଧ”: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ,୨୨।୪: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୁଃଖଦ ପରିଣାମ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ପହଲଗାମ ଆତଙ୍କ: ମୋଦିଙ୍କୁ ଆତଙ୍କବାଦୀଙ୍କ ଧମକ, ଭାରତ ପାଇଁ ଏହାର ଅର୍ଥ କ’ଣ?

ନୂଆଦିଲ୍ଲୀ,୨୨।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ମଙ୍ଗଳବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଅତିକମରେ ୨୬ ଜଣ ପର୍ଯ୍ୟଟକ ନିହତ ହୋଇଥିବା ବେଳେ ଅନେକେ ଆହତ ହୋଇଛନ୍ତି।...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ (+୩) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image