ଜାଣନ୍ତୁ ଅନିଲ କପୁରଙ୍କ ସାନ ଜ୍ୱାଇଁ କରନ୍‌ କିଏ; ଆଜି ଯାହାଙ୍କ ହାତ ଧରିବେ ରିୟା…

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେବେ ଅନିଲ କପୁରଙ୍କ ସାନ ଝିଅ ରିୟା କପୁର। ଶନିବାର ପ୍ରେମିକ କରନ ବୁଲାନୀଙ୍କ ହାତ ଧରିବେ ସେ। ଜୁହୁ ସ୍ଥିତ ଅନିଲଙ୍କ ଘରକୁ ବିବାହ ନିମନ୍ତେ ବୋହୂ ପରି ସଜାଯାଇଛି।

୨୨ ବର୍ଷ ବୟସରୁ କରନ୍‌ଙ୍କୁ ଡେଟ୍‌ କରୁଥିଲେ ରିୟା। ହେଲେ ସେପ୍ଟେମ୍ବର ୨୦୨୦ରେ କରନ୍‌ଙ୍କ ସହ ସମ୍ପର୍କରେ ଥିବା ନେଇ ଇନ୍‌ଷ୍ଟାଗ୍ରାମରେ ସେ ପୋଷ୍ଟ କରି ଜଣାଇଥିଲେ। ପରେ ଜୁମ୍‌ ଟିଭି ସହ ଏକ ସାକ୍ଷାତକାରରେ କଥା ହୋଇ ସୋନମ ଏଥିରେ ମୋହର ଲଗାଇଥିଲେ।

ତେବେ କରନ୍‌ ପେସାରେ ଜଣେ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମଧ୍ୟ। ସେ ବିଜ୍ଞାପନରେ କାମ କରିବା ଆରମ୍ଭ କରିଥିଲେ। ୨୨ ବର୍ଷ ବୟସ ଭିତରେ ସେ ୫୦୦ କମର୍ସିଆଲ ବିଜ୍ଞାପନରେ ପ୍ରଯୋଜନା ଦେଇଥିଲେ। ଏହାଛଡ଼ା ସେ ରିୟାଙ୍କ ଫିଲ୍ମ ଆୟେଶା ଏବଂ ଓ୍ବେକ୍‌ ଅପ୍‌ ସିଡ୍‌ରେ ଅତିରିକ୍ତ ନିର୍ଦ୍ଦେଶକ କାମ କରିଥିଲେ। ଏହାଛଡ଼ା ସେ ୨୪ ଓ୍ବେବ୍‌ସିରିଜର କିଛି ଏପିସୋଡ୍‌ର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଏହି ଶୋ’ରେ ଅନିଲ ମୁଖ୍ୟ ଭୂମିକାରେ ଥିଲେ। ଫିଲ୍ମ ଏବଂ ଓ୍ବେବ୍‌ସିରିଜ ପରେ ଡକ୍ୟୁମେଣ୍ଟ୍ରି ଫିଲ୍ମ ମଧ୍ୟ ସେ ନିର୍ମାଣ କରିଛନ୍ତି।

Share