ପୂର୍ବରୁ ବିବାହିତ, ଦୁଇ ସନ୍ତାନର ବାପା ହେଉଛନ୍ତି ପୁନମ୍‌ ପାଣ୍ଡେଙ୍କ ସ୍ବାମୀ; ଜାଣନ୍ତୁ କିଏ ସେହି ସାମ୍‌ ବମ୍ବେ

ବମ୍ବେ: ବିବାହର ଦୁଇ ସପ୍ତାହ ନ ପୁରୁଣୁ ସ୍ବାମୀ ସାମ ବମ୍ବେଙ୍କଠାରୁ ଅଲଗା ହୋଇଛନ୍ତି ବୋଲ୍ଡ ଅଭିନେତ୍ରୀ ପୁନମ ପାଣ୍ଡେ। ଗତ ସେପ୍ଟେମ୍ବର ୧୦ ତାରିଖରେ ଉଭୟ ବିବାହ କରିଥିଲେ। ପରେ ପୁନମ ସାମ୍‌ଙ୍କ ସହ ହନିମୁନ୍‌ରେ ଯାଇଥିଲେ। ହେଲେ ସେଠାରେ ଘଟିଥିବା କିଛି ଘଟଣାକୁ ନେଇ ପୁନମ ଏଭଳି ନିଷ୍ପତ୍ତି ନେଇଛନ୍ତି। ସାମ୍‌ଙ୍କ ଉପରେ ସେ ଶାରିରିକ ଶୋଷଣ ଏବଂ ହିଂସା ଭଳି ଅଭିଯୋଗ ଆଣିଛନ୍ତି। ଘଟଣାରେ ସାମ୍‌ଙ୍କୁ ଗିରଫ କରାଯାଇଥିବା ବେଳେ ସେ ଜାମିନରେ ମୁକୁଳିଥିବା କୁହାଯାଉଛି।

ତେବେ ସାମ୍‌ଙ୍କ ସହ ଦୀର୍ଘ ଦିନରୁ ସମ୍ପର୍କରେ ଥିଲେ ପୁନମ୍‌। ତାଙ୍କର ପୁରା ନାମ ସାମ୍‌ ଅହମ୍ମଦ ବମ୍ବେ। ସେ ଦୁବାଇରେ ଜନ୍ମଗ୍ରହଣ କରିଥିଲେ। ପେସାରେ ସେ ଜଣେ ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ସମ୍ପାଦକ ମଧ୍ୟ। ନିଜର ପଢ଼ା ଦୁବାଇରେ ସାରିବା ପରେ ସାମ୍‌ ଏବେ ବମ୍ବେରେ ରହୁଛନ୍ତି। ପୁନମ୍‌ଙ୍କୁ ବିବାହ କରିବା ପୂର୍ବରୁ ସେ ମଡେଲ ଏଲି ଅହମ୍ମଦଙ୍କୁ ବିବାହ କରିଥିଲେ। ଏଲିଙ୍କଠାରୁ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି।

ସାମ୍‌ ଏବେ ଭିଏମ୍‌ଏଲ୍‌ଓ୍ବାଇଆଣ୍ଡଆର୍‌ ନାମକ ମାର୍କେଟିଂ କମ୍ପାନୀର ନିର୍ଦ୍ଦେଶକ ପଦରେ ଅଛନ୍ତି। ଏହାଛଡ଼ା ୨୦୧୬ରେ ବିଦ୍ୟୁତ ଜାମବାଲ-ଉର୍ବଶୀ ରୌତେଲା ଏବଂ ଟାଇଗର ଶ୍ରଫ-ଦିଶା ପଟାନୀଙ୍କୁ ନେଇ ମ୍ୟୁଜିକ୍‌ ଭିଡିଓ ମଧ୍ୟ କରିଛନ୍ତି।

Share