ଶ୍ରୀକାନ୍ତଙ୍କ ବାୟୋପିକରେ ନଜର ଆସିବେ ରାଜକୁମାର ରାଓ

ମୁମ୍ବାଇ: ନିଜର ଦମଦାର ଅଭିନୟକୁ ନେଇ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତା ରାଜକୁମାର ରାଓ । ଶହୀଦ, ନ୍ୟୁଟନ ଭଳି ଫିଲ୍ମରେ ସେ ତାଙ୍କ ଅଭିନୟର ଛାପ ଛାଡିଛନ୍ତି । ଏବେ ଅଭିନେତା ଖୁବଶୀଘ୍ର ଏକ ବାୟୋପିକରେ ନଜର ଆସିବେ । ସୂଚନାଯୋଗ୍ୟ, ନେତ୍ରହୀନ ବିଜନେସମ୍ୟାନ ଶ୍ରୀକାନ୍ତ ବୋଲାଙ୍କ ବାୟୋପିକରେ ନଜର ଆସିବେ ରାଜକୁମାର । ହେଲେ ଶ୍ରୀକାନ୍ତ ବୋଲାଙ୍କୁ ଖୁବ୍ କମ୍ ଲୋକ ଜାଣିଥିବା ବେଳେ ସେ ଜନ୍ମରୁ ହିଁ ତାଙ୍କର ଦୁଇଟି ଯାକ ଆଖି ହରାଇଛନ୍ତି । ନିକଟରେ ରାଜକୁମାର ରାଓ ଟିସିରିଜ ପ୍ରଡକ୍ସନରେ ଏକ ବାୟୋପିକ ସାଇନ୍ କରିଛନ୍ତି । ଯାହାର ନିର୍ଦ୍ଦେଶନା ତୁଷାର ହିରାନନ୍ଦାନି କରୁଛନ୍ତି । ରାଜକୁମାର ରାଓଙ୍କ ଏହି ବହୁ ଚର୍ଚ୍ଚିତ ଫିଲ୍ମ ନାମୀ ବ୍ୟବସାୟୀ ଶ୍ରୀକାନ୍ତ ବୋଲାଙ୍କ ଜୀବନି ଉପରେ ଆଧାରିତ । ଶ୍ରୀକାନ୍ତ ବୋଲା ଆନ୍ଧ୍ରପ୍ରଦେଶ ମଛଲି ପଟ୍ଟନମର ଏକ ଛୋଟିଆ ଗାଁ ସୀତାରାମପୁରରେ ବସବାସ କରନ୍ତି । ଶ୍ରୀକାନ୍ତ ହେଉଛନ୍ତି ବୋଲାଣ୍ଟ ଇଣ୍ଡଷ୍ଟ୍ରିଜର ମାଲିକ । ତାଙ୍କର ବାର୍ଷିକ ଟର୍ନ ଓଭର କୋଟି କୋଟି ଟଙ୍କା ବୋଲି ଜଣାପଡିଛି । ବହୁ ସଂଘର୍ଷ ଦେଇ ଗତି କରିଥିବା ଶ୍ରୀକାନ୍ତ ସାଇନ୍ସ ଷ୍ଟ୍ରିମରେ ପାଠ ପଢିବାକୁ ଆଇନର ସାହାଯ୍ୟ ଲୋଡିଥିଲେ । ଆଉ ଏଥିରେ ସଫଳତା ମିଳିଥିା ଶ୍ରୀକାନ୍ତଙ୍କୁ । ଏମିତ ଏକ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ନିର୍ମାଣ କରାଯିବ ଦୃଷ୍ଟି ବାଧିତ ବିଜନେସମ୍ୟାନ ଶ୍ରୀକାନ୍ତ ବୋଲାଙ୍କ ବାୟୋପିକ । ଯେଉଁଥିରେ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି ।

Share