ସୋସିଆଲ ମିଡିଆରେ ଆଜିକାଲି ‘ଜଷ୍ଟ ଲୁକିଂ ଲାଇକ୍ ଏ ଓ୍ବାଓ’ର ଟ୍ରେଣ୍ଡ ଚାଲିଛି। କଳାକାରଙ୍କଠାରୁ ଆରମ୍ଭ କରି କ୍ରିକେଟରମାନେ ଏଥିରେ ରିଲ୍ସ କରି ନିଜ ଆକାଉଣ୍ଟରେ ଶେୟାର କରୁଛନ୍ତି। ହେଲେ ହଠାତ୍ ଏହି ଟ୍ରେଣ୍ଡ କେଉଁଠୁ ଆସିଲା ଏବଂ କିଏ ଆରମ୍ଭ କଲା ତାହା ଆଲୋଚନାର ବିଷୟ। ଆସନ୍ତୁ ଜାଣିବା ପୁରା କାହାଣୀ…
‘ଜଷ୍ଟ ଲୁକିଂ ଲାଇକ୍ ଏ ଓ୍ବାଓ’ ଟ୍ରେଣ୍ଡ ହେଉଛି ଜାସ୍ମିନ କୌର ନାମକ ମହିଳାଙ୍କ ମୁହଁରୁ ବାହାରିଥିବା କିଛି ଶବ୍ଦ। ତାଙ୍କର ଦିଲ୍ଲୀରେ ଏକ ପୋଷାକ ଦୋକାନ ରହିଛି। ସର୍ବପ୍ରଥମେ ଅକ୍ଟୋବର ୯ରେ ଏକ ଭିଡିଓ ଆସିଥିଲା। ଭିଡିଓରେ ସେ ପୋଷାକ ବିକ୍ରି କରିବା ସମୟରେ ଗ୍ରାହକଙ୍କୁ ମଜାଳିଆ ଢ଼ଙ୍ଗରେ ‘ସୋ ବିଉଟିଫୁଲ, ସୋ ଏଲିଗାଣ୍ଟ, ଜଷ୍ଟ ଲୁକିଂ ଲାଇକ୍ ଏ ଓ୍ବାଓ’ କହୁଥିଲେ। ଏହି ଭିଡିଓଟି ଭାଇରାଲ ହୋଇଛି।
ଭିଡିଓଟି ଏତେମାତ୍ରାରେ ପସନ୍ଦ ଆସିଛି ଯେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ, ସନାୟା ମଲହୋତ୍ରାଙ୍କଠାରୁ ଆରମ୍ଭ କରି ବାମିକା ଗବ୍ବିଙ୍କ ପର୍ଯ୍ୟନ୍ତ ଏହାର ରିଲ୍ସ ବନାଇ ସାରିଲେଣି। ଜାସ୍ମିନଙ୍କ କଥାକୁ ନେଇ ସଂଗୀତ ପ୍ରଯୋଜକ ଯଶରାଜ ମୁଖାଟେ ଗୀତ ପ୍ରସ୍ତୁତ କରିଛନ୍ତି। ଜାସ୍ମିନ ମଧ୍ୟ ଏହାକୁ ନେଇ ଚର୍ଚ୍ଚାରେ ଅଛନ୍ତି।
ଦେଖନ୍ତୁ ଭିଡିଓ: