ଜାଣନ୍ତୁ କାହାକୁ ରାଜ୍ୟସଭା ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ୱର,୧୨।୨: ବିଜେଡି ସୋମବାର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେଡି ସଭାପତି ତଥା ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ଏହି ଦୁଇ ନେତାଙ୍କୁ ରାଜ୍ୟସଭା ପଠାଇବାକୁ ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ୩ ରାଜ୍ୟସଭା ଏମ୍‌ପିଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍ ୩ରେ ଶେଷ ହେଉଛି।
ଏହି ତିନିଟି ଆସନ ପାଇଁ ଫେବୃଆରୀ ୨୭ ତାରିଖରେ ନିର୍ବାଚନ ହେବ। ଆଜି ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲେ ମଧ୍ୟ ଆଉ ଜଣଙ୍କ ନାମ ଘୋଷଣା ହୋଇନାହିଁ। |

Share