ଭୁବନେଶ୍ୱର,୯ା୬: ସମ୍ବଲପୁର ଏମ୍ପି ଧମେନ୍ଦ୍ର ପ୍ରଧାନଙ୍କୁ ପିଏମ୍ ଅଫିସରୁ ରବିବାର ଫୋନ୍ ଆସିଛି। ତେବେ ଏହି କଲ୍ ଆସିବା ପରେ ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ଧର୍ମେନ୍ଦ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୁଅନ୍ତି ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ନାନା ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ଏହି ରେସ୍ରେ ସୁରେଶ ପୂଜାରୀ, ମନମୋହନ ସାମଲ, ମୋହନ ମାଝି, କେ.ଭି ସିଂଦେଓ ଆଗରେ ରହିଛନ୍ତି। ତେବେ ସୋମବାର ସକାଳେ ଭାଜପା ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ। ଏହା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ମୋହର ଲାଗିବ।