Posted inଖେଳ

ଲଗାତାର ୪ର୍ଥ ଥର ପାଇଁ ହାରିଲା ଚେନ୍ନାଇ, ପ୍ରିୟାଂଶ ସାଜିଲେ ପଞ୍ଜାବ ବିଜୟର ହିରୋ

ମୁଲାନପୁର,୮ା୪: ପ୍ରିୟାଂଶ ଆର୍ଯ୍ୟଙ୍କ ଧୂଆଁଦାର ଶତକ ବଳରେ ମଙ୍ଗଳବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ୧୮ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ପରାସ୍ତ କରିଛି। ପଞ୍ଜାବ ଦ୍ୱାରା ପ୍ରଦତ୍ତ ୨୨୦ ରନର ଟାଗେର୍ଟ ଆଗରେ ସିଏସ୍‌କେ ୨୦୧ ରନ କରିବାକୁ ସକ୍ଷମ ହୋଇଥିଲା। ଏହା ପଞ୍ଜାବର ତୃତୀୟ ବିଜୟ ହୋଇଥିବା ବେଳେ ଚେନ୍ନାଇର ଏହା କ୍ରମାଗତ ଚତୁର୍ଥ ପରାଜୟ।

ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପାଇଁ ଆରମ୍ଭରୁ ଗୋଟିଏ ପକ୍ଷରେ ଓପନର ପ୍ରିୟାଂଶ ଆଟାକିଂ ବ୍ୟାଟିଂ କରୁଥିବା ବେଳେ ଅନ୍ୟ ପଟେ କ୍ରମାଗତ ଉଇକେଟ ପତନ ଜାରି ରହିଥିଲା। ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୨୧୯ ରନ କରିଥିଲା।

ସିଏସକେ ପକ୍ଷରୁ ଖଲିଲ ଅହମ୍ମଦ ଓ ରବିଚନ୍ଦ୍ରନ ଅଶ୍ୱିନ ଦୁଇଟି ଲେଖାଏ ଉଇକେଟ ନେଇଥିତ୍ଲେ। ଜବାବରେ ସିଏସ୍‌କେକୁ ଡେଭନ କନଓ୍ବେ ଓ ରାଚିନ ରବୀନ୍ଦ୍ରଙ୍କ ଓପନିଂ ଯୋଡ଼ି ୬୧ ରନର ଆରମ୍ଭ ଦେଇଥିଲା। ଶେଷ ଆଡ଼କୁ ମହେନ୍ଦ୍ର ସିଂ ଧୋନୀ ୧୩ ବଲରେ ୧ ଚୌକା ଓ ୩ ଛକା ସହିତ ୨୭ ରନ କରିଥିଲେ। ହେଲେ ତାହା ଯଥେଷ୍ଟ ହୋଇ ନ ଥିଲା। ଚେନ୍ନାଇ ୨୦ ଓଭରରେ ୫ ଉଇକେଟ ହରାଇ ୨୦୧ ରନ କରିପାରିଥିଲା। ପଞ୍ଜାବ ପାଇଁ ଲୋକି ଫର୍ଗୁସନ ଦୁଇ ଉଇକେଟ ନେଇଥିବା ବେଳେ ଗ୍ଲେନ ମ୍ୟାକ୍ସଓ୍ବେଲ ଗୋଟିଏ ଉଇକେଟ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ନେଇ ବଡ଼ କଥା କହିଦେଲେ ଅମର: ପୁରା ରାଜନୀତିରେ ହଇଚଇ

ଭୁବନେଶ୍ୱର,୨୧।୪: ବିଜେଡି କନ୍ଦଳକୁ ନେଇ ବରିଷ୍ଠ ନେତା ଅମର ଶତପଥୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେଡିରେ ଯାହା ଚାଲିଛି ଠିକ ଚାଲିନି, ମୁଁ...

କାଳବୈଶାଖୀର ତାଣ୍ଡବ: ଗଛ ପଡ଼ି ଭାଙ୍ଗିଲା ଘର

ଲାଞ୍ଜିଗଡ଼,୨୦ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଗଛ ପଡି ଦୁଇଟି ଘର...

‘କିଛି କଟାକ୍ଷ ସମସ୍ତଙ୍କ ଜୀବନର ଅଂଶ’ : ଶ୍ୱଶୁରଙ୍କ ବିରୋଧରେ ମାମଲା ରଦ୍ଦ କଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ,୨୧।୪: ଜଣେ ମହିଳାଙ୍କ ଶ୍ୱଶୁରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା ୪୯୮ଏ ଅନୁଯାୟୀ ହୋଇଥିବା ମାମଲାକୁ ଖାରଜ କରି ସୁପ୍ରିମ୍ କୋର୍ଟ କହିଛନ୍ତି...

CSK ଅବସ୍ଥା ଖରାପ: ଦଳର କ୍ୱାଲିଫାଏକୁ ନେଇ ମୁହଁ ଖୋଲିଲେ ଧୋନୀ

ମୁମ୍ବାଇ,୨୧।୪: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ଶୋଚନୀୟ ପରାଜୟ ବରଣ କରିଛି। ଏହି ସିଜିନରେ ଚେନ୍ନାଇର ଅବସ୍ଥା ବହୁତ...

ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର STF ଟିମ୍‌

ଝାରସୁଗୁଡ଼ା,୨୧।୪: ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର ଏକ STF ଟିମ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି। ମୁର୍ଶିଦାବାଦ ଦଙ୍ଗା ଘଟଣାରେ STF ଟିମ୍‌ ଏହି ଛାନଭିନ୍‌ କରୁଥିବା ସୂଚନା...

କିଏ ହେବେ ପୋପ ଫ୍ରାନ୍ସିସଙ୍କ ଉତ୍ତରାଧିକାରୀ: ଆଗରେ ଅଛି ଏମାନଙ୍କ ନାଁ

ଭାଟିକାନ୍‌ ସିଟି,୨୧।୪: ଖ୍ରୀଷ୍ଟିଆନ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କ ୮୮ ବର୍ଷ ବୟସରେ ଦେହାନ୍ତ ଘଟିଛି। ଭାଟିକାନ ସିଟି ଅନୁଯାୟୀ, ପୋପ ସୋମବାର ସ୍ଥାନୀୟ ସମୟ...

Viral Video: ବିବାହରେ ବରବଧୂଙ୍କୁ ବନ୍ଧୁମାନେ ଉପହାରରେ ଦେଲେ ‘ନୀଳ ଡ୍ରମ’, ପରେ ଯାହା ହେଲା ଦେଖିଲେ…

ଉତ୍ତର ପ୍ରଦେଶର ହମିରପୁରରେ ଏକ ନବ ବିବାହିତ ଦମ୍ପତିଙ୍କୁ ବିବାହ ମଞ୍ଚରେ ସେମାନଙ୍କ ବନ୍ଧୁମାନେ ଏକ ନୀଳ ଡ୍ରମ ଉପହାର ଦେଇଥିଲେ। ଏହି ଭିଡିଓ ଆଜିକାଲି...

୩ ସପ୍ତାହରେ ପ୍ରାୟ ୬,୨୦୦ ଟଙ୍କା ମହଙ୍ଗା ହେଲା ସୁନା, ଏବେର ଦାମ୍‌ ଜାଣିଲେ ଉଡିବ ହୋସ

ନୂଆଦିଲ୍ଲୀ,୨୧।୪: ହୁ ହୁ ହୋଇ ବଢ଼ିବାରେ ଲାଗିଛି ସୁନା ଦର। ସୋମବାର ଦେଶର ଫ୍ୟୁଚର୍ସ ମାର୍କେଟ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ରେକର୍ଡସ୍ତର ଛୁଇଁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image