ନିଜ ଗୀତ ନିଜେ ଶୁଣୁ ନ ଥିଲେ ଲତା

ବମ୍ବେ: ନାଁ କୋକିଳକଣ୍ଠୀ। ଗାଇଛନ୍ତି ତିନି ହଜାରରୁ ଅଧିକ ଗୀତ। ନାମରେ ଅଛି ଅନେକ ରେକର୍ଡ। ହେଲେ ନିଜେ ଗାଇଥିବା ଗୀତ ନିଜେ ଶୁଣନ୍ତି ନାହିଁ। ଆମେ କହୁଛୁ ଲତା ମଙ୍ଗେସରକଙ୍କ କଥା। ଅନେକଙ୍କୁ ଆଶ୍ଚର୍ଯ୍ୟ କଲେ ହେଁ କଥାଟି ଏକଦମ୍‌ ସତ।

ଲତାଙ୍କ ଅତି ନିକଟତର ବ୍ୟକ୍ତିମାନଙ୍କ ମଧ୍ୟରୁ ହରିଶ ଭୀମାନୀ ଅନ୍ୟତମ। ସେ ତାଙ୍କ ସହ ୧୪୨ ଶୋ’ କରିଥିଲେ। ଏପରିକି ଲତାଙ୍କ ଉପରେ ତାଙ୍କର ଏକ ପୁସ୍ତକ ମଧ୍ୟ ରହିଛି। ହରିଶ ଏକ ସାକ୍ଷାତକାରରେ ଲତାଙ୍କ ବିଷୟରେ ସାଇତି ରଖିଥିବା ସ୍ମୃତିକୁ ବଖାଣିବା ବେଳେ ଅନେକ କଥା ଉପରୁ ପରଦା ଉଠାଇଛନ୍ତି। ସେଥିରୁ ଗୋଟିଏ ହେଲା ନିଜ ଗୀତ ନିଜେ ନ ଶୁଣିବା।

ସବୁବେଳେ ଶିଖିବାକୁ ଚାହୁଁଥିଲେ ଲତା। ନିଜ ଗୀତ ଶୁଣିବା ବେଳେ ସେ କରିଥିବା ସବୁ ଭୁଲଗୁଡ଼ିକୁ ଧରି ନେଉଥିଲେ। ସେସବୁ ଦୁନିଆ ନ ଜାଣିପାରିଲେ ହେଁ ସେ ଜାଣୁଥିଲେ। ଏଣୁ କେବେହେଲେ ସେ ନିଜ ଗୀତ ଶୁଣୁ ନ ଥିଲେ ବୋଲି ହରିଶ କହିଛନ୍ତି।

Share