Categories: ଫୁରସତ

ଜାଣନ୍ତି ଭାରତୀୟ ଗାଡ଼ିରେ କାହିଁକି ରହିଥାଏ ଅଲଗା ଅଲଗା ରଙ୍ଗର ନମ୍ବରପ୍ଲେଟ୍‌

ଭାରତରେ ଭିନ୍ନ ଭିନ୍ନ ପ୍ରକାରର ନମ୍ବରପ୍ଲେଟ୍‌ ଗାଡ଼ିରେ ଲଗାଯାଇଥାଏ। ଧଳା, ହଳଦିଆ ଏବଂ ନୀଳ ରଙ୍ଗର ନମ୍ବରପ୍ଲେଟ୍‌ ଦେଖିବାକୁ ମିଳିଥାଏ। ଏହାର କାରଣ ସମ୍ପର୍କରେ ଜାଣନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଧଳା ନମ୍ବରପ୍ଲେଟ୍‌:
ରାସ୍ତାରେ ଧଳା ରଙ୍ଗର ନମ୍ବରପ୍ଲେଟ୍‌ ସହଜରେ ଦୃଶ୍ୟମାନ ହୁଏ। ଏହି ରଙ୍ଗର ନମ୍ବରପ୍ଲେଟ୍‌ ସୂଚିତ କରେ ଯେ, ଯାନଟି ସାଧାରଣ ନାଗରିକଙ୍କର ଅଟେ ଏବଂ ଏହାକୁ ବ୍ୟକ୍ତିଗତ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ। ଏହାର ଅର୍ଥ ହେଉଛି ଏହି ଯାନଗୁଡ଼ିକରେ ବ୍ୟବସାୟିକ ସାମଗ୍ରୀ ପରିବହନ ନିଷେଧ।

ହଳଦିଆ ନମ୍ବରପ୍ଲେଟ୍‌:
ଏଥିରେ କଳା ସଂଖ୍ୟା ଲେଖା ଅଛି, ସେହି ଯାନଗୁଡ଼ିକୁ ସୂଚାଇଥାଏ ଯାହା ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ। ଓଲା ଏବଂ ଉବର ପରି ଟ୍ୟାକ୍ସି ସେବା ଡ୍ରାଇଭରମାନଙ୍କ ପାଇଁ ଏହି ନମ୍ବରପ୍ଲେଟ୍‌ ରହିବା ବାଧ୍ୟତାମୂଳକ।

ନୀଳ ନମ୍ବରପ୍ଲେଟ୍‌:
ଏହି ନମ୍ବରପ୍ଲେଟ୍‌ରେ ଧଳା ଅକ୍ଷରରେ ଲେଖାଯାଇଥାଏ। ତାହା ବିଦେଶୀ କୂଟନୀତିଜ୍ଞଙ୍କ ପାଇଁ। ଏହି ନମ୍ବର ପ୍ଲେଟରେ ଡିସି, ସିସି ଜାତିସଂଘ ଅକ୍ଷର ଲେଖାଯାଇଛି। ଏହି ପ୍ଲେଟ୍‌ଗୁଡ଼ିକରେ କୌଣସି ରାଜ୍ୟ କୋଡ ନ ଥାଏ। କିନ୍ତୁ ଏହି ଗାଡ଼ିଗୁଡ଼ିକ କେଉଁଠାରୁ ଆସିଛି ସେହି ଦେଶର କୋଡ ଦିଆଯାଇଥାଏ।

Share