Categories: ଫୁରସତ

ଏହି କାରଣ ଲାଗି ଅସୁବିଧାରେ ଥିଲା ୟୁପି ପୋଲିସ; ପିନ୍ଧିବାକୁ ପଡ଼ିଲା ଗାମୁଛା

ଶାହଜହାଁପୁର, ୨୪।୯: ଗାମୁଛା ଓ ସଂକ୍ଷିପ୍ତ ପୋଷାକ ପିନ୍ଧିଥିବା ଅବସ୍ଥାରେ ଅପରାଧୀଙ୍କୁ ଧରିବାର ଅନେକ ଦୃଷ୍ଟାନ୍ତ ରହିଛି। କିନ୍ତୁ ସଂକ୍ଷିପ୍ତ ପୋଷାକ ପିନ୍ଧିଥିବା ପୋଲିସ ଟିମ୍‌ର ଏକ ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶ (ୟୁପି)ର ଶାହଜହଁାପୁର ଜିଲାର କଲାନ ଥାନାର ପୋଲିସ ଟିମ୍‌କୁ ଏକ କାର୍ଯ୍ୟାନୁଷ୍ଠାନ ପାଇଁ ସଂକ୍ଷିପ୍ତ ପୋଷାକ ପିନ୍ଧିବାକୁ ପଡ଼ିଥିଲା। ଘଟଣାରୁ ଜଣାପଡ଼ିଛି ଯେ, ପୋଲିସକୁ ଏଭଳି ଏକ ସ୍ଥାନରେ ଚଢ଼ଉ କରିବାର ଥିଲା, ଯେଉଁଠିକୁ ନା କୌଣସି ଗାଡ଼ି ଯାଇପାରୁ ଥିଲା ନା ସେ ଯାଗାକୁ ରାସ୍ତା ଥିଲା। ନଦୀ ପାର ହେବାକୁ ଥିଲେ ମଧ୍ୟ ପୋଲ ନ ଥିଲା। ତେଣୁ ପୋଲିସ ଟିମ୍‌କୁ ଗାମୁଛା ଆଦି ସଂକ୍ଷିପ୍ତ ପୋଷାକ ପରିଧାନ କରିବାକୁ ପଡ଼ିଥିଲା। ଏହି ପୋଲିସ ଟିମ୍‌ ବୁଧବାର ରାତିରେ ନଦୀ ପାର୍‌ ହୋଇଥିଲା। ହାତରେ ସରକାରୀ ରାଇଫଲ୍‌, ରିଭଲଭର ଓ ଓ୍ବାର୍‌ଲେସ ସହିତ ପୋଲିସ ସେହି ଗ୍ରାମରେ ଚଢ଼ଉ କରିଥିଲା। ପୋଲିସ ଏହି ଚଢ଼ଉରେ ୨ଜଣ ଲୋକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବନ୍ଧୁକ ନିର୍ମାଣ ଲାଗି ଉଦ୍ଦିଷ୍ଟ ବିଭିନ୍ନ ଉପକରଣ ଜବତ କରିଥିଲା। ଅପରାଧୀଙ୍କୁ ବେଆଇନ ବନ୍ଧୁକ ଯୋଗାଇବା ଅଭିଯୋଗ ଏହି ୨ଜଣ ଲୋକଙ୍କ ନାମରେ ରହିଥିଲା।

Share