ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ଅଟିଜିମ୍‌ ଦିବସ

ଅଟିଜିମ୍‌ ଏକ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ। ଏହି ସମସ୍ୟା କେବଳ ଭାରତରେ ନୁହେଁ ବରଂ ବିଶ୍ବସ୍ତରରେ ମଧ୍ୟ ଏକ ଚିନ୍ତାଜନକ ବିଷୟ ଭାବେ ଉଭା ହୋଇଛି। ଅଟିଜିମ୍‌ ହେଉଛି ଏମିତି ଏକ ସମସ୍ୟା, ଯାହାର କୌଣସି ଚିକିତ୍ସା ନଥାଏ। ଏପରି ପରିସ୍ଥିତିରେ, ଏହି ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ଏକ ଭିନ୍ନ ମାନସିକତା ଦେଖାଯାଏ। ଯାହାକି ଅନେକ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହା ସାଧାରଣତଃ ଶୈଶବରେ ଦେଖାଯାଇଥାଏ। ଏହା ଏକ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ। ଏହି ରୋଗର ଶିକାର ଶିଶୁମାନେ ଅନ୍ୟମାନଙ୍କ ସହ କଥାବାର୍ତ୍ତା ହେବାରେ ଅସହଜ ଅନୁଭବ କରିଥାଆନ୍ତି। କଥା କହିବା ଓ ବୁଝିବାରେ ସେମାନଙ୍କୁ ସମସ୍ୟା ହୋଇଥାଏ। ତେବେ ଝିଅମାନଙ୍କ ଅପେକ୍ଷା ପୁଅମାନେ ବେଶି ଏହି ରୋଗର ଶିକାର ହୋଇଥାଆନ୍ତି।

ମିଳିତ ଜାତିସଂଘ ଆସନ୍ତାକାଲି ଅର୍ଥାତ୍‌ ଏପ୍ରିଲ ୨ରେ ବିଶ୍ୱ ଅଟିଜିମ୍‌ ଦିବସ (WAAD) ପାଳନ କରିବ। ଚଳିତବର୍ଷର କାର୍ଯ୍ୟକ୍ରମ ନ୍ୟୁରାବିବିଧତା ଏବଂ ବିଶ୍ୱ ସ୍ଥାୟିତ୍ୱ ପ୍ରୟାସ ମଧ୍ୟରେ ସନ୍ଧିକରଣ ଉପରେ କେନ୍ଦ୍ରିତ। ଏହି ଦିନରେ ସଂଯୁକ୍ତ ରାଷ୍ଟ୍ରର ବିଶ୍ୱ ଯୋଗାଯୋଗ ବିଭାଗ ସହିତ ମିଳିତ ଭାବରେ ନ୍ୟୁରୋଡାଇଭର୍ସିଟି ଇନ୍‌ଷ୍ଟିଚ୍ୟୁଟ୍‌ (ION) ଦ୍ୱାରା ଆୟୋଜିତ ହେଉଛି। ବିଶ୍ୱ ଅଟିଜିମ୍‌ ସଚେତନତା ଦିବସ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ତେଣୁ ଆମେ ଏଠାରେ କହିବୁ ଯେ, ବିଶ୍ୱ ଅଟିଜିମ ସଚେତନତା ଦିବସ କାହିଁକି ପାଳନ କରାଯାଏ ଜାଣନ୍ତୁ ସେ ସମ୍ପର୍କରେ…

ବିଶ୍ୱ ଅଟିଜିମ୍‌ ସଚେତନତା ଦିବସ କ’ଣ?
ଜାତିସଂଘ (UN)୨୦୦୭ରେ ବିଶ୍ୱ ଅଟିଜିମ୍‌ ସଚେତନତା ଦିବସ ଆରମ୍ଭ କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା ଲୋକମାନଙ୍କୁ ଅଟିଜିମ ବିଷୟରେ ସଚେତନ କରିବ। ପୂର୍ବରୁ ଏହି ଦିବସଟି କେବଳ ସଚେତନତା ସୃଷ୍ଟି କରିବା ପାଇଁ ପାଳନ କରାଯାଉଥିଲା କିନ୍ତୁ ଏବେ ଏହାର ଉଦ୍ଦେଶ୍ୟ ହେଉଛି ଅଟିଜିମ୍‌ ଥିବା ଲୋକମାନଙ୍କୁ ଗ୍ରହଣ କରିବା, ସେମାନଙ୍କୁ ସମାଜରେ ଏକ ସ୍ଥାନ ଦେବା ଏବଂ ସେମାନଙ୍କ ଅବଦାନକୁ ସ୍ବୀକୃତି ଦେବା।

ଚଳିତବର୍ଷ ଏହି ଦିନକୁ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ (SDGs) ସହିତ ଯୋଡ଼ାଯିବ। ଯେଉଁଥିରେ ଉନ୍ନତ ସ୍ବାସ୍ଥ୍ୟ ସୁବିଧା, ଭଲ ଶିକ୍ଷା, ନିଯୁକ୍ତି ସୁଯୋଗ ଏବଂ ସୁବିଧାଜନକ ସହରଗୁଡ଼ିକର ବିକାଶ ଆଦି ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ସୁନାବେଶରେ ଦର୍ଶନ ଦେଲେ ମା’

କେନ୍ଦୁଝର,୧୪।୪, (ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ଘଟଗାଁର ମା’ ତାରିଣୀ ପୀଠରେ ପଣା ସଂକ୍ରାନ୍ତି ଧୁମ ଧୁମ ଧାମରେ ପାଳନ ହେଉଛି। ସକାଳୁ ସକାଳୁ ମା’ଙ୍କ...

ସମୁଦ୍ରରେ ଚାଲୁଥିଲା ନିଶାର ଭୟଙ୍କର ଖେଳ! ୧୮୦୦ କୋଟିର ମାଲ ଦେଖି ଚମକି ପଡିଲା କୋଷ୍ଟଗାର୍ଡ

ନୂଆଦିଲ୍ଲୀ,୧୪।୪: ଭାରତର ଯୁବ ପିଢ଼ି ଏବଂ ଅର୍ଥନୀତିକୁ ନଷ୍ଟ କରିବା ପାଇଁ ଦେଶର ଶତ୍ରୁମାନେ ନିରନ୍ତର ଅନେକ ପ୍ରକାରର ଷଡ଼ଯନ୍ତ୍ର ରଚନା କରୁଛନ୍ତି। ଏହି ଷଡ଼ଯନ୍ତ୍ରଗୁଡ଼ିକରେ...

ତିରୁମାଲା ମନ୍ଦିରରେ ସବୁ କେଶ ଦାନ କଲେ ଉପ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ, ଜାଣନ୍ତୁ କ’ଣ ରହିଛି କାରଣ

ଅମରାବତି,,୧୪।୪: ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ପତ୍ନୀ ଆନ୍ନା କୋନିଡେଲା ରବିବାର ତିରୁମାଲା ମନ୍ଦିରରେ ତାଙ୍କର ସମସ୍ତ କେଶ ଅର୍ପଣ କରିଛନ୍ତି। ମନ୍ଦିରରେ ତାଙ୍କ...

ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪ା୪: ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି,...

ୟୁକ୍ରେନ ଉପରେ ଚଳିତ ବର୍ଷର ସବୁଠାରୁ ବଡ଼ ଆକ୍ରମଣ କଲା ରୁଷିଆ

କ୍ୱିଭ,୧୪।୪: ରୁଷିଆ ପୁଣିଥରେ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିଛି। ରବିବାର ୟୁକ୍ରେନର ସୁମି ସହରରେ ଚର୍ଚ୍ଚ ପ୍ରାର୍ଥନା ସମୟରେ ରୁଷୀୟ କ୍ଷେପଣାସ୍ତ୍ରଗୁଡ଼ିକ ଧ୍ୱଂସଲୀଳା...

ସରପଞ୍ଚଙ୍କ ସ୍ବାମୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ

ଦିଗପହଣ୍ଡି,୧୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ସରପଞ୍ଚ ବର୍ଷା ସେଠୀଙ୍କ ସ୍ବାମୀ ପିଣ୍ଟୁ ସେଠୀଙ୍କୁ ଦିଗପହଣ୍ଡି କେନାଲ ସାହିରେ ରହୁଥିବା...

ଟାରିଫ୍‌ ହ୍ରାସ ଅପେକ୍ଷାରେ ବିଦ୍ୟୁତ୍‌ ଉପଭୋକ୍ତା

ଭୁବନେଶ୍ୱର,୧୪।୪(ରବିନାରାୟଣ ଜେନା): କେନ୍ଦ୍ରୀୟ କୋଇଲା ଆଇନ ଓ ଅଧିନିୟମକୁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆରସି) ଉଲ୍ଲଂଘନ କରୁଥିବାରୁ ରାଜ୍ୟରେ ବିଦୁତ୍‌ ଟାରିଫ୍‌ ଅଧିକ ରହିଛି। ନିୟମ...

ପର୍ଯ୍ୟଟନ ବିକାଶରେ ସହାୟକ ଅଞ୍ଜୀ ଖଡ୍ଡ ରେଳ ବ୍ରିଜ୍‌

ଭୁବନେଶ୍ୱର,୧୪ା୪(ଅନୁରାଧା ମହାରଣା): ଭାରତର ପ୍ରଥମ କେବୁଲ ରେଳ ବ୍ରିଜ ଭାବେ ପରିଚିତ ଅଞ୍ଜୀ ଖଡ୍ଡ ବ୍ରିଜ୍‌ ଚେନାବ ବ୍ରିଜ୍‌ର ଦକ୍ଷିଣରେ ଥିବା ଅଞ୍ଜୀନଦୀର ଗଭୀରତାକୁ ବିସ୍ତାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image