Categories: ଫୁରସତ

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ପରିସଂଖ୍ୟାନ ଦିବସ

୨୦ ଅକ୍ଟୋବରରେ ସାରା ବିଶ୍ୱରେ ପରିସଂଖ୍ୟାନ ଦିବସ ପାଳନ କରାଯାଏ। ମାତ୍ର ଭାରତରେ ଜାତୀୟ ପରିସଂଖ୍ୟାନ ଦିବସ ୨୯ ଜୁନ୍‌ରେ ପାଳନ କରାଯାଏ। ମିଳିତ ଜାତିସଂଘର ପରିସଂଖ୍ୟାନ ଆୟୋଗଙ୍କ ମାର୍ଗଦର୍ଶନରେ ବିଶ୍ୱ ପରିସଂଖ୍ୟାନ ଦିବସ ବିଶ୍ୱର ସାମାଜିକ ତଥା ଅର୍ଥନୈତିକ ବିକାଶ ପାଇଁ ପାଳନ କରାଯାଏ। ଏହା ପ୍ରତି ପାଞ୍ଚ ବର୍ଷରେ ପାଳନ କରାଯାଏ। ପ୍ରଥମେ ୨୦ ଅକ୍ଟୋବର ୨୦୧୦ରେ ଏହା ପାଳନ କରାଯାଇଥିଲା।

ମିଳିତ ଜାତିସଂଘ ଆୟୋଗ ୨୦୧୦ ଅକ୍ଟୋବର ୨୦କୁ ବିଶ୍ୱ ପରିସଂଖ୍ୟାନ ଦିବସ ଭାବରେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲା। ସାଧାରଣ ସଭା ୩ ଜୁନ୍‌ ୨୦୧୦ର ୬୪/୨୬୭ ସଂକଳ୍ପ ଗ୍ରହଣ କଲା। ଯେଉଁଥିରେ ୨୦ ଅକ୍ଟୋବର ୨୦୧୦ରେ ସରକାରୀ ପରିସଂଖ୍ୟାନର ସଫଳତାକୁ ପାଳନ କରିବା ପାଇଁ ପ୍ରଥମ ଥର ପାଇଁ ବିଶ୍ୱ ପରିସଂଖ୍ୟାନ ଦିବସ ଭାବେ ନିଯୁକ୍ତ କରାଯାଇଥିଲା।

୨୦୧୫ରେ ରିଜୋଲ୍ୟୁଶନ ୯୬/୨୮୨ରେ ସାଧାରଣ ସଭା ୨୦ ଅକ୍ଟୋବର ୨୦୧୫କୁ ସାଧାରଣ ଥିମ୍‌ ବେଟର୍‌ ଡାଟା ବେଟର ଲାଇଭ୍‌ ଅଧୀନରେ ଦ୍ୱିତୀୟ ବିଶ୍ୱ ପରିସଂଖ୍ୟାନ ଦିବସ ଭାବରେ ସ୍ଥିର କରିବାକୁ ନିଷ୍ପତ୍ତି ନେଲା ଏବଂ ୨୦ ଅକ୍ଟୋବରରେ ପ୍ରତି ୫ ବର୍ଷରେ ବିଶ୍ୱ ପରିସଂଖ୍ୟାନ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା।

Share