ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ବାଲେଶ୍ୱର ଜିଲା ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ମାନସ କୁମାର ଦତ୍ତ। ୨୦୨୪ ନିର୍ବାଚନରେ ସେ ବିଜେଡିର ପୂର୍ବତନ ବିଧାୟକ ସ୍ବରୂପ କୁମାର ଦାସଙ୍କୁ ୨୮ହଜାର ୬୨୬ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ପ୍ରଥମଥର ବିଧାୟକ ହୋଇଛନ୍ତି। ମୋଟ୍‌ ୧ଲକ୍ଷ ୭୫ହଜାର ୫୬୦ ଖଣ୍ଡ ଭୋଟ୍‌ରୁ ମାନସ ୮୯ହଜାର ୩୬୦ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ସ୍ବରୂପଙ୍କୁ ମିଳିଥିଲା ୬୦ହଜାର ୭୩୪ ଭୋଟ୍‌।
ମ୍ୟୁନିସିପାଲିଟି ଅନ୍ତର୍ଗତ ୱାର୍ଡ଼ ନଂ.-୧୧ ଚୌକିବଜାରରେ ୧୯୯୧ ଜୁନ୍‌ ୨୨ରେ ମାନସଙ୍କ ଜନ୍ମ। ମା’ ପ୍ରେମଲତା ଦତ୍ତ ଓ ବାପା ମଦନମୋହନ ଦତ୍ତଙ୍କର ସେ ଏକମାତ୍ର ପୁତ୍ର। ବାଲେଶ୍ୱର ଜିଲା ସ୍କୁଲରେ ମାଟ୍ରିକ ପରେ ସେ ବଳାଙ୍ଗୀ କଲେଜରୁ ବାଣିଜ୍ୟରେ ଯୁକ୍ତ୨ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ସେ ମୟୂରଭଞ୍ଜ ଜିଲା ବାରିପଦାର ଏମ୍‌ପିସି କଲେଜରେ ଯୁକ୍ତ ୩ ବାଣିଜ୍ୟରେ ନାମ ଲେଖାଇଥିଲେ। ଏହାପରେ ମଧ୍ୟପ୍ରଦେଶର ସାଗର ଜିଲାସ୍ଥିତ ସ୍ବାମୀ ବିବେକାନନ୍ଦ କଲେଜ ଅଫ୍‌ ଆର୍ଟସରେ ଇଣ୍ଟେରିୟର ଡିଜାଇନ୍‌ ପାଠ୍ୟକ୍ରମରେ ଦେଢ଼ବର୍ଷ ଶିକ୍ଷାଲାଭ କରିଥିଲେ। ୨୦୧୩ରେ ଦିଲ୍ଲୀର ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ। କିଛି ମାସ ପରେ ସେଠାରୁ ଆସି ଭୁବନେଶ୍ୱରରେ ଡିଜାଇନ୍‌ ବ୍ୟବସାୟ ଆରମ୍ଭ କଲେ। ପରବର୍ତ୍ତୀ ସମୟରେ ବାଲେଶ୍ୱରରେ ଡିଜାଇନ୍‌ ବ୍ୟବସାୟ ଚାଲୁ ରଖିଥିଲେ। ବିଶ୍ୱ ହିନ୍ଦୁ ପରିଷଦ ଓ ଆର୍‌ଏସ୍‌ଏସ୍‌ରେ ଯୋଗଦେଇ ଦୀର୍ଘବର୍ଷ କାର୍ଯ୍ୟ କରିଥିବା ମାନସ ଛାତ୍ରନେତା ଭାବେ ୨୦୧୨ରେ ଏବିଭିପିର ନଗର ପ୍ରମୁଖ ଦାୟିତ୍ୱରେ ରହିଥିଲେ। ୨୦୧୪ରେ ଭାଜପାର ଜିଲା ଆଇଟି ସଂଯୋଜକ ଏବଂ ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଥିଲେ।
ମଦନମୋହନ ୨୦୧୯ ମସିହାରେ ଭାଜପା ବିଧାୟକ ଭାବେ ଏହି ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ। ୨୦୨୦ ଜୁନ୍‌ ୧୭ରେ ତାଙ୍କର ଦେହାନ୍ତ ହୋଇଥିଲା। ଏହାପରେ ଏହି ଆସନ ପାଇଁ ୨୦୨୦ ନଭେମ୍ବର ୩ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭାଜପାରୁ ମାନସ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିଲେ। ବିଜେଡିର ସ୍ବରୂପଙ୍କଠାରୁ ୧୩ହଜାର ୩୫୧ ଖଣ୍ଡ ଭୋଟ୍‌ ବ୍ୟବଧାନରେ ସେ ପରାସ୍ତ ହୋଇଥିଲେ। ନବାଗତ ହୋଇଥିଲେ ମଧ୍ୟ ସେ ଏହି ଉପନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ପରାସ୍ତ ହେବା ସତ୍ତ୍ୱେ ସେ ଲୋକଙ୍କ ସହ ସମ୍ପର୍କ ରଖି ବାଲେଶ୍ୱରର ବିକାଶ ପାଇଁ ଅଣ୍ଟା ଭିଡ଼ିଥିଲେ। ୨୦୨୪ ନିର୍ବାଚନରେ ଭାଜପା ପ୍ରାର୍ଥୀ ଭାବେ ବିଜୟୀ ହୋଇ ସେ ପ୍ରଥମଥର ବିଧାୟକ ହୋଇଛନ୍ତି। ବାପା ସ୍ବର୍ଗତ ମଦନ ମୋହନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଜନସାଧାରଣ ତାଙ୍କୁ ସୁଯୋଗ ଦେଇଛନ୍ତି।

ଜନସେବା, ନୀତି, ଆଦର୍ଶ ତାଙ୍କୁ ରାଜନୀତିରେ ପ୍ରବେଶ କରାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀ ତାଙ୍କୁ ଅନୁପ୍ରାଣିତ କରିଥିଲା। ବାଲେଶ୍ୱରର ବିକାଶ ପାଇଁ ସେ ମନ ବଳାଇଥିଲେ। ବାପାଙ୍କ ମୃତ୍ୟୁ ପରେ ଦଳ ତାଙ୍କୁ ସୁଯୋଗ ଦେଇଥିଲା। ତେଣୁ ବାଲେଶ୍ୱରକୁ ମହାନଗର ନିଗମ କରାଇବା ତାଙ୍କର ଲକ୍ଷ୍ୟ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ସେ ପ୍ରତିଶ୍ରୁତିବଦ୍ଧ। ଯୁବତୀଯୁବକଙ୍କ ପାଇଁ ରୋଜଗାର, ଶିକ୍ଷା ଓ ସ୍ବାସ୍ଥ୍ୟସେବାର ଉନ୍ନତି ଏବଂ କୃଷିର ବିକାଶ ପାଇଁ ତାଙ୍କର କାର୍ଯ୍ୟଧାରା ବଜାୟ ରହିବ। ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର, ଆଦର୍‌ରତା ଓ ଉତ୍ତାପ ନିୟନ୍ତ୍ରିତ ଗୋଦାମ ପ୍ରତିଷ୍ଠା ପାଇଁ ସେ ଅଗ୍ରାଧିକାର ଦେବେ ବୋଲି ବିଧାୟକ ମାନସ କହିଛନ୍ତି।
ରିପୋର୍ଟ-ବାଞ୍ଛାନିଧି ଦେ


Enter your email to get our daily news in your inbox.

All Right Reserved By Dharitri.Com

ପର ହେଲା ପରିବାର, ବରିଷ୍ଠ ନାଗରିକ ନିବାସ ନୂଆ ଜୀବନ

ମହାକାଳପଡ଼ା, ୨/୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):ସମୟ ବଦଳିବା ସାଙ୍ଗକୁ ପରିବାର ପରିବର୍ତ୍ତନ ଦେଖାଦେଉଛି। ଯେଉଁ ମା’ବାପା ଦିନେ ପିଲାଟିକୁ ଜନ୍ମ ଦେଇ ତା’ର ଭବିଷ୍ୟତର ଶୁଭ ଚିନ୍ତନ...

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଁ ସମଲେଶ୍ୱରୀ

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଗ୍ରାମ୍ୟଦେବୀ ମାଁ ସମଲେଶ୍ୱରୀ ବୁଧବାର ଆଶ୍ୱିନ ମହାଳୟା ତିଥି ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ସକାଳୁ ଦେବୀଙ୍କ...

ବାଣ ଭିଡୁଥିଲାବେଳେ ବିସ୍ଫୋରଣ

ନିଶ୍ଚିନ୍ତକୋଇଲି,୧୦।୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ସାଲିପୁର ତଥା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଗ୍ରାମର ରବୀନ୍ଦ୍ର ଦଳାଇ ୪୮ ବର୍ଷ ସ୍ଥାନୀୟ ଗ୍ରାମର ପର୍ଶୁରାମ ବେହେରାଙ୍କ...

୧୫୫ ତମ ଗାନ୍ଧୀ ଜୟନ୍ତୀ ସମାରୋହ: ପ୍ରତିମୂର୍ତ୍ତି ଉନ୍ମୋଚନ

ବାଲେଶ୍ୱର, ୨।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ପ୍ରଶାସନ ଆନୁକୂଲ୍ୟରେ ଜିଲାପାଳଙ୍କ ନୂତନ କାର୍ଯ୍ୟାଳୟ ଠାରେ ବୁଧବାର ୧୫୫ତମ ଜିଲାସ୍ତରୀୟ ଗାନ୍ଧୀ ଜୟନ୍ତି ଓ ଶାସ୍ତ୍ରୀ ଜୟନ୍ତୀ...

ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କୁ ଗାଁ ଦାଣ୍ଡରେ ଛେଚି ପକାଇଲେ

ବୌଦ୍ଧ,୨।୧୦: ଲୁଗାପଟା ଟାଣି ଓଟାରି ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ...

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ଜଣଙ୍କ ଜୀବନ

ନିଶ୍ଚିନ୍ତକୋଇଲି,୧୦।୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ଗାନ୍ଧୀ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ମଣ୍ଡପ ନିକଟରେ ଟ୍ରକ ଠିଆ...

ଶୀତ ପୂର୍ବରୁ ଚିଲିକାରେ ବିଦେଶୀ ପକ୍ଷୀ

ବାଲୁଗଁା,୨ା୧୦(ସଂଗ୍ରାମ ପାଇକରାୟ):ଶୀତ ଆସିବା ପୂର୍ବରୁ ନୀଳାମ୍ବୁ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। କେତେକ ବିଦେଶୀ ପକ୍ଷୀ ଘୂରି ବୁଲୁଥିବା ବେଳେ କିଛି ପକ୍ଷୀ...

ମଧ୍ୟରାତ୍ରିରୁ ଭଦ୍ରକରେ ଇଣ୍ଟରନେଟ୍‌ ସେବା ସ୍ବଭାବିକ

ଭଦ୍ରକ,୨।୧୦: ଭଦ୍ରକରେ ସ୍ଥିତି ଧୀରେଧୀରେ ସୁଧୁରିବାରେ ଲାଗିଛି। ୪ ଦିନ ପରେ ମଙ୍ଗଳବାର ମଧ୍ୟରାତ୍ରିରୁ ଭଦ୍ରକରେ ଇଣ୍ଟରନେଟ ସେବା ସ୍ବଭାବିକ ହୋଇଛି। ସୋସିଆଲ ମିଡିଆ ପୋଷ୍ଟକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri