ଆଲିଆଙ୍କ ସମ୍ପତ୍ତି ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଅଭିନୟରେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ଓ ବୃତିଗତ ସମ୍ପର୍କିତ କିଛି ବିଶେଷ କଥା। ନିକଟରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ, ‘ଗଙ୍ଗୁବାଇ କାଠିଆଓ୍ବାଡି’କୁ ନେଇ ସେ ବେଶ ଚର୍ଚ୍ଚାରେ ରହିଛନ୍ତି। ତାଙ୍କ କ୍ୟାରିୟରରେ ସେ ବଲିଉଡ୍‌କୁ ବହୁତ ହିଟ୍‌ ଫିଲ୍ମ ଦେଇଛନ୍ତି। ଯାହାକୁ ଆଜି ବି ଦର୍ଶକ ଦେଖିବାକୁ ପସନ୍ଦ କରନ୍ତି।
ବଲିଉଡର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଆଲିଆ। ଅନ୍ୟତମ ୨୯ ବର୍ଷୀୟ ଆଲିଆଙ୍କ ସମ୍ପତ୍ତି ମୂଲ୍ୟ ୨୧.୭ ମିଲିୟନ ଅର୍ଥାତ ଭାରତୀୟ ଅର୍ଥରେ ୧୫୮ କୋଟି ।ସେ ବର୍ଷକୁ ୧୦ ବର୍ଷରୁ ଅଧିକ ରୋଜଗାର କରନ୍ତି । ଆଲିଆ ଏକ ଫିଲ୍ମ ପାଇଁ କୋଟି ଟଙ୍କା ଆଦାୟ କରନ୍ତି ।
ଖବର ଅନୁଯାୟୀ, ସେ ତାଙ୍କର ଗୋଟିଏ ଫିଲ୍ମ ପାଇଁ ୮-୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି। ରାଜମୌଲିଙ୍କ ଫିଲ୍ମ ‘ଆରଆରଆର’ ପାଇଁ ଆଲିଆ ୯ କୋଟି ଟଙ୍କା ଚାର୍ଜ କରିଥିଲେ। ଏଥିସହିତ ଫିଲ୍ମ ‘ଗାଙ୍ଗୁବାଇ କାଠିଆୱାଡି’ର ଆଲିଆ ସଞ୍ଜୟ ଲୀଲା ଭନସାଲୀଙ୍କ ଠାରୁ ୨୦ କୋଟି ଟଙ୍କା ନେଇଛନ୍ତି। ଏହା ବ୍ୟତୀତ ଆଲିଆ ବିଜ୍ଞାପନ ଏବଂ ବ୍ରାଣ୍ଡରୁ ମଧ୍ୟ ଟଙ୍କା ରୋଜଗାର କରନ୍ତି ।

Share