Advertisement

ଫାଇନାନ୍ସରେ ସ୍ବାମୀ ଫୋନ୍‌ କିଣି ଦେଇଥିବା ଜାଣି ବିଷ ପିଇଲେ ସ୍ତ୍ରୀ; ଚାଲିଗଲା ଜୀବନ

ମାଲକାନଗିରି,୧୮।୧୦(ଡି.ଏନ୍‌.ଏ.): ମୋବାଇଲ ପାଇଁ ଚାଲି ଗଲା ଜୀବନ। ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲାରେ । ଜିଲା ଅନ୍ତର୍ଗତ ଏମ୍‌ପିଭି ୧୪ ଗ୍ରାମର ଜଣେ ବିବାହିତା ମୋବାଇଲ ଲାଗି ବିଷ ପିଇଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଜ୍ୟୋତି।

ସୂଚନାନୁଯାୟୀ, ଏମ୍‌ପିଭି ୧୪ ଗ୍ରାମରେ ରହୁଥିବା ଜ୍ୟୋତି କନାଇଙ୍କୁ ବିବାହ କରିିଥିଲେ। ପାଖରେ ପଇସା ନଥିବାରୁ କନାଇ ସ୍ତ୍ରୀ ଜ୍ୟୋତିଙ୍କ ପାଇଁ ଫାଇନାନ୍ସରେ ଏକ ମୋବାଇଲ କିଣିଦେଇଥିଲେ। ଫୋନ୍‌କୁ ଫାଇନାନ୍ସରେ କିଣିବା କଥା ଜ୍ୟୋତି ଜାଣି ନ ଥିଲେ। ତେବେ ଏହାର ଶେଷ କିସ୍ତି ସରିବା ପରେ ଫାଇନାନ୍ସ ଅଫିସର ଜଣେ କର୍ମଚାରୀ ଦସ୍ତଖତ ପାଇଁ କନାଇ ଘରକୁ ଆସିଥିଲେ । ଏହି ସମୟରେ କନାଇ ଘରେ ନ ଥିବାରୁ ଫାଇନାନ୍ସ କଥା ଜ୍ୟୋତି ଜାଣିବାକୁ ପାଇଲେ। ତେବେ ସ୍ବାମୀ ଆସିବା ପରେ ଜ୍ୟୋତି ଏବଂ କନାଇଙ୍କ ମଧ୍ୟରେ କିଛି ଯୁକ୍ତି ହୋଇଥିଲା । ଏହି ଯୁକ୍ତି ତର୍କରେ ଜ୍ୟୋତି ରାଗି ଯାଇ ବିଷ ପିଇ ଦେଇଥିଲେ । ସ୍ତ୍ରୀଙ୍କ ଏହି ଅବସ୍ଥା ଦେଖି କନାଇ ମଧ୍ୟ ଗୁରୁତର ହୋଇଥିଲେ। ଦୁହିଁଙ୍କୁ ମାଲକାନଗିରି ମୁଖ୍ୟ ଚିକିସ୍ୟାଳୟକୁ ଅଣାଯାଇଥିଲା । ଚିକିତ୍ସାଳୟରେ ଡାକ୍ତର ଜ୍ୟୋତିଙ୍କୁ ମୃତ ଘୋଷଣା କରିଥିବା ବେଳେ କନାଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share