Categories: ବାଣିଜ୍ୟ

ଓଡିଏମ୍‌ ପବ୍ଲିକ୍‌ ସ୍କୁଲର ନଲେଜ୍‌-କ୍ରଲ

ଭୁବନେଶ୍ୱର,୧୩।୮: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲର ବାର୍ଷିକ ପ୍ରଦର୍ଶନୀ ‘ନଲେଜ୍‌-କ୍ରଲ୍‌-୨୦୨୪’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡା. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର (ଡା.) ଅସୀମ ରଞ୍ଜନ ପାଢ଼ୀ ମୁଖ୍ୟ ଅତିଥି ଏବଂ କେନ୍ଦ୍ରୀୟ ବିଦ୍ୟାଳୟ-୩ ର ଉପାଧ୍ୟକ୍ଷ ସରୋଜ କୁମାର ଦାସ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ।
ସେହିଭଳି ଓଡିଏମ ସମୂହର ପ୍ରତିଷ୍ଠାତା ଡା. ମୀନକେତନ ପିଲାମାନଙ୍କ ଭିତରେ ଥିବା ଆଗ୍ରହକୁ ସମ୍ମାନ କରିବା ସହ ସେମାନଙ୍କ ପ୍ରତିଭାର ବିକାଶ ନିମନ୍ତେ ଶୁଭାଶୀର୍ବାଦ ପ୍ରଦାନ କରିଥିଲେ। ଏହି ପ୍ରଦର୍ଶନଟି ବିଜ୍ଞାନ, ସମାଜିକ ବିଜ୍ଞାନ ଏବଂ ଗଣିତ ବିଷୟକୁ ଆଧାରକରି ଆୟୋଜିତ କରାଯାଇଥିଲା। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରମାନେ ଏହି ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିଲେ।
ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ୧୦୦ରୁ ଉର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବିଚାରକମଣ୍ଡଳୀ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକଳ୍ପ, ଚାର୍ଟ, ମଡେଲ୍‌, କ୍ଷୁଦ୍ର ଚଳଚ୍ଚିତ୍ରଗୁଡିକୁ ପ୍ରଦର୍ଶନ କରି ମୂଲ୍ୟାୟନ କରିଥିଲେ। ବିଚାରକମଣ୍ଡଳୀ ଦ୍ୱାରା ଶ୍ରେଷ୍ଠ ବିବେଚିତ ପ୍ରକଳ୍ପ ଗୁଡିକୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବୟଂ ସତ୍ୟେନ୍ଦୁ, ଉପାଧ୍ୟକ୍ଷା ଡ.ସନ୍ଧ୍ୟାରାଣୀ ସ୍ବାଇଁ, ଶିକ୍ଷା ନିର୍ଦ୍ଦେଶକ ଡ. ଆର୍ତତ୍ରାଣ ମିଶ୍ର, ଉପାଧ୍ୟକ୍ଷ ଡା. ରାଜେଶ କୁମାର ପାଢ଼ୀ ଏବଂ ଅଭିଭାବକମାନେ ଏହି ପ୍ରଦର୍ଶନୀଗୁଡିକୁ ପରିଦର୍ଶନ କରିଥିଲେ।

Share