ଶାହରୁଖଙ୍କ ପ୍ରଥମ ଦରମା କେତେ ଥିଲା ଜାଣନ୍ତି

ବଲିଉଡ୍‌ ବାଦ୍‌ଶାହା ଶାହରୁଖ୍‌ ଖାନ୍‌ କୋଟି କୋଟି ଟଙ୍କା ସମ୍ପତ୍ତି ମାଲିକ। ସେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। କିନ୍ତୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜ ସ୍ଥାନ ସୃଷ୍ଟି କରିବାୁ ପାଇଁ ତାଙ୍କ ଅନେକ ସଂଘର୍ଷ କରିବାକୁ ପଡିଥିଲା। ଶାହରୁଖଙ୍କ ପ୍ରଥମ ଦରମା ବହୁତ କମ୍‌ ଥିଲା। ଡ୍ୟାନ୍ସ ପ୍ଲସ ଟିଭି ଶୋ’ରେ ଶାହରୁଖ ତାଙ୍କର ପ୍ରଥମ ଦରମା ବିଷୟରେ କହିଥିଲେ। ସେ କହିଥିଲେ ତାଙ୍କ ପ୍ରଥମ ଦରମା ୫୦ ଟଙ୍କା ମିଳିଥିଲା। ଏକ ମ୍ୟୁଜିକାଲ ଶୋ’ରେ ଲୋକଙ୍କୁ ଚେୟାରରେ ବସିବା ତାଙ୍କର ପ୍ରଥମ କାମ ଥିଲା। ଏଥିପାଇଁ ତାଙ୍କୁ ପାରିଶ୍ରମିକ ଭାବେ ୫୦ ଟଙ୍କା ମିଳିଥିଲା।
ସେ ପ୍ରଥମ ଦରମାରେ ତାଜମହଲ ବୁଲିବାକୁ ଚାହୁଁଥିଲେ। ଦରମା ଟଙ୍କାରେ ଟିକେଟ କରି ତାଜମହଲ ବାହାରେ ସେ ଲସି ପିଇଥିଲେ କାରଣ ସେ ସମୟରେ ଭୋକିଲା ଥିଲେ। ଲସିରେ ଏକ ମହୁମାଛି ଥିଲା, ଯାହା ତାଙ୍କ ପେଟ ଭିତରକୁ ଚାଲିଗଲା।

Share