ଆମେ ସମସ୍ତେ ଜାଣୁ କ୍ଷୀର ଅତ୍ୟଧିକ ପୁଷ୍ଟିକର। କ୍ଷୀରରେ କ୍ୟାଲସିୟମ, ପ୍ରୋଟିନ୍, ଫସ୍ଫରସ୍ ଏବଂ ପୋଟାସିୟମ ପ୍ରଚୁରମାତ୍ରାରେ ଭରିରହିଛି। ଏହାର ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଯୋଗୁ ଥଣ୍ଡା ଚିକିତ୍ସା ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଘରୋଇ ଉପଚାର ଭାବରେ କ୍ଷୀରକୁ ବ୍ୟବହାର କରାଯାଏ। ନିଦ୍ରାହୀନତା ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ଶୋଇବା ପୂର୍ବରୁ କ୍ଷୀର ପିଇବାକୁ ମଧ୍ୟ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଶୋଇବା ପୂର୍ବରୁ କ୍ଷୀର ପିଇଲେ ସୁଖନିଦ୍ରା ଆସିବା ସହ ବିଭିନ୍ନ ଚାପରୁ ମୁକ୍ତି ମିଳେ।
ମଣିଷ ଏବଂ ପଶୁମାନଙ୍କର ଉପରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ପନିର ଏବଂ କ୍ଷୀର ପରି ଯେକୌଣସି ଦୁଗ୍ଧଜାତ ଦ୍ରବ୍ୟ ଶୋଇବା ଉପରେ କିଛି ସକାରାତ୍ମକ ପ୍ରଭାବ ପକାଇଥାଏ। ଶୋଇବା ପୂର୍ବରୁ କ୍ଷୀର ପିଉଥିବା ଲୋକମାନେ ରାତିରେ ଶାନ୍ତିରେ ଶୋଇପାରନ୍ତି। ଗବେଷଣା ଅନୁଯାୟୀ, କ୍ଷୀରରେ ଟ୍ରାଇପ୍ଟୋଫାନ ସେରୋଟୋନିନ୍ ଏବଂ ମେଲାଟୋନିନ୍ ଥାଏ, ଯାହା ସୁନିଦ୍ରା ଆଣିଥାଏ।
ଖାଲି ଏତିକି ନୁହେଁ, ଟ୍ରାଇଟୋଫାନ୍ ସେରୋଟୋନିନ ନାମକ ଏକ ନ୍ୟୁରୋଟ୍ରାନ୍ସମିଟର ଉତ୍ପାଦନରେ ସାହାଯ୍ୟ କରେ, ଯାହା ମନୋବଳକୁ ସୁଦୃଢ଼ କରିବା ସହ ଆରାମ ଦେଇଥାଏ। ସେହିପରି ମେଲାଟୋନିନ୍ ବିଭିନ୍ନ ରୋଗ ସହ ମୁକାବିଲା କରିଥାଏ।