Categories: ଜାତୀୟ

ଜେଲ ଗଲେ କୋଚ୍ଚର ଦମ୍ପତି, ଭିଡିଓକନ୍‌ର ସିଇଓ

ନୂଆଦିଲ୍ଲୀ,୨୯ା୧୨: ଆଇସିଆଇସିଆଇ ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚର ଏବଂ ଭିଡିଓକନ୍‌ ଗ୍ରୁପ୍‌ର ସିଇଓ ବେଣୁଗୋପାଳ ଧୂତ୍‌ଙ୍କୁ ଜାନୁୟାରୀ ୧୦ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ସିବିଆଇ ଗତ ୨୪ ତାରିଖରେ କୋଚ୍ଚର ଦମ୍ପତିଙ୍କୁ ଗିରଫ କରିଥିବା ବେଳେ ସୋମବାର ଧୂତ୍‌ଙ୍କୁ ଗିରଫ କରାଯାଇଥିଲା। ଚନ୍ଦା କୋଚ୍ଚର ସିଇଓ ଥିବାବେଳେ ଆଇସିଆଇସିଆଇ ବ୍ୟାଙ୍କ ନୀତି ଓ ନିୟମାବଳୀର ଉଲ୍ଲଂଘନ କରାଯାଇ ଭିଡିଓ କନ୍‌ ଗ୍ରୁପ୍‌ ଅଫ୍‌ କମ୍ପାନୀକୁ ବହୁକୋଟି ଟଙ୍କା ଋଣ ମଞ୍ଜୁର କରାଯାଇଥିଲା। ଏଥିପାଇଁ ବ୍ୟାଙ୍କକୁ ୧,୭୩୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। ଏଥିପାଇଁ ଭିଡିଓକନ୍‌ ଗ୍ରୁପ୍‌ଠାରୁ ଚନ୍ଦା କୋଚର ତାଙ୍କ ସ୍ବାମୀଙ୍କ କମ୍ପାନୀ ଜରିଆରେ ୬୪ କୋଟି ଟଙ୍କା ପାଇଥିବା ଅଭିଯୋଗ ହୋଇଛି।

Share