Categories: ଜାତୀୟ

ବ୍ୟାଗରେ ବୋମା ଥିବା ନେଇ ମିଥ୍ୟା ସୂଚନା ଦେଲେ ମହିଳା, ରୁଜୁ ହେଲା ମାମଲା

ଥିରୁଭାନନ୍ତପୁରମ୍‌,୧।୮: କୋଚି ବିମାନବନ୍ଦରରେ ବୋମା ଥିବା ଦାବି କରିବା ପରେ ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଛି। ତେବେ ପରବର୍ତ୍ତୀ ସମୟରେ ଏହି ଦାବି ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ସୂଚନାଯୋଗ୍ୟ, ବିମାନବନ୍ଦରରେ ଜଣେ ମହିଳା ଯାତ୍ରୀ ବ୍ୟାଗରେ ବୋମା ଥିବା ନେଇ ମିଛ ସୂଚନା ଦେଇଥିଲେ। ଯାହା ଫଳରେ ମୁମ୍ବାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ଏକ ଘଣ୍ଟା ବିଳମ୍ବ କରିଥିଲା।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିମାନ ବନ୍ଦର ସୂତ୍ରରୁ କୁହାଯାଇଛି ଯେ, ଚେକ୍‌ -ଇନ୍‌ ସମୟରେ ବିଳମ୍ବ ହେତୁ ମହିଳା ଜଣଙ୍କ ଅସନ୍ତୁଷ୍ଟ ହୋଇ ବ୍ୟାଗରେ ବୋମା ଥିବା ନେଇ ମିଥ୍ୟା ସୂଚନା ଦେଇଥିଲେ।

ମହିଳାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ବିମାନବନ୍ଦର ସୂତ୍ର ଅନୁଯାୟୀ, ବୋମା ଥିବା ନେଇ ମିଥ୍ୟା ସୂଚନା ଦେବା କାରଣରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନର ଉଡାଣ ଏକ ଘଣ୍ଟା ବିଳମ୍ବ ହୋଇଥିଲା।

Share