କୋଚି,୩୧ା୧୦: କେରଳର ଏର୍ନାକୁଲମ୍ ଜିଲା କୋଚି ନିକଟସ୍ଥ କଲାମସେରିରେ ଥିବା ଜମ୍ରା ଇଣ୍ଟରନ୍ୟାଶନାଲ କନ୍ଭେନ୍ଶନ ସେଣ୍ଟରରେ ସୋମବାର ସିରିଏଲ ବ୍ଲାଷ୍ଟ ପାଇଁ ନିଜକୁ ଦାୟୀ କରିଥିବା ଡୋମିନିକ୍ ମାର୍ଟିନ୍ଙ୍କୁ ସୋମବାର ଆନୁଷ୍ଠାନିକ ଭାବେ ଗିରଫ କରାଯାଇଛି। ଜେହୋଭା ଓ୍ବିଟ୍ନେସ୍ ସମ୍ମିଳନୀର ତୃତୀୟ ଦିନରେ ୩ ବିସ୍ଫୋରଣରେ ୨ ମହିଳା ଓ ଜଣେ ଝିଅଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମଙ୍ଗଳବାର ରାତି ୭ଟାରେ ଆଇପିସି ଏବଂ ୟୁଏପିଏର ବିଭିନ୍ନ ଦଫାରେ ତାଙ୍କୁ ଗିରଫ କରାଯାଇଥିବା ଏସ୍ଆଇଟି କହିଛି। ମୁଖ୍ୟମନ୍ତ୍ରୀ ପି. ବିଜୟନ୍ କହିଛନ୍ତି, ପାଲେଷ୍ଟାଇନ୍ ସପକ୍ଷବାଦୀ ରାଲିରେ ହମାସ୍ ନେତା ଖାଲେଦ ମଶାଲ ବିକ୍ଷୋଭକାରୀମାନଙ୍କୁ କରିଥିବା ସମ୍ବୋଧନର ପୋଲିସ ତଦନ୍ତ କରାଯିବ। ସେଥିରେ ଭୁଲ୍ ବାହାରିଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ବିଜୟନ୍ଙ୍କୁ ମିଛୁଆ କହିଛନ୍ତି। ବିଜୟନ୍ ରାଜୀବଙ୍କୁ ଅତ୍ୟନ୍ତ ବିଷଧର ବୋଲି ଅଭିହିତ କରିଛନ୍ତି।