ଲୋପ ପାଇବ କୋଚିଲାଖାଇ ବଂଶ

ଗଣିଆ,୭ା୨(ଡି.ଏନ୍‌.ଏ.): ପ୍ରାକୃତିକ ଜଙ୍ଗଲ ଧ୍ୱଂସ, ଅବାଧ ଶିକାର ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପଶୁ ତୁଳନାରେ ପକ୍ଷୀ ବଂଶ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ବାଲିଶୁଆ, ନାହାକା ଶୁଆ, ରାଜବଣୀ ପରି କୋଚିଲାଖାଇ ପକ୍ଷୀଙ୍କୁ ଆଉ ଜଙ୍ଗଲରେ ଦେଖିବାକୁ ମିଳୁନାହିଁ। ଏଠାରେ କୋଚିଲାଖାଇକୁ ଉଦାହରଣ ଭାବେ ନିଆଯାଇପାରେ। ଓଡ଼ିଶାରେ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ କେଉଁଠି କୋଚିଲାଖାଇ ଦେଖାଯାଉନାହିଁ। ବିଶେଷକରି ଶିମିଳିପାଳ ଓ ସାତକୋଶିଆ ଅଭୟାରଣ୍ୟରେ କୋଚିଲାଖାଇଙ୍କ ସଂଖ୍ୟା ଅଧିକ ଥିଲା। ଏବେ ସେହି ସଂଖ୍ୟା କମିବାରେ ଲାଗିଛି। କୋଚିଲାଖାଇ (ହର୍ନବିଲ୍‌) ସାଧାରଣତଃ ତିନି ପ୍ରଜାତିର ଦେଖାଯାଆନ୍ତି। ମାଲବାର ପାଏଡ ହର୍ନବିଲ, ଇଣ୍ଡିଆନ୍‌ ଗ୍ରେ ହର୍ନବିଲ୍‌ ଏବଂ ଓରିଏଣ୍ଟାଲ ପାଏଡ ହର୍ନବିଲ। ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳର ବଡମୂଳ, କୁତୁରୀ, ମାରଡ଼ା ନିକଟସ୍ଥ ମହାନଦୀ ଅବବାହିକାର ଘଞ୍ଚ ଜଙ୍ଗଲରେ ମାଲବାର ପାଏଡ ଓ ଇଣ୍ଡିଆନ ଗ୍ରେ ହର୍ନବିଲ୍‌ ଦେଖିବାକୁ ମିଳିଥାଆନ୍ତି। ବିଶେଷକରି ଶୀତଋତୁର ସକାଳ ଓ ସନ୍ଧ୍ୟାରେ ମହାନଦୀ କୂଳରେ ଥିବା ଉଚ୍ଚ ବରଗଛ, ଫାଶୀଗଛ ଓ କୋଚିଲା ଗଛର ଅଗ୍ରଭାଗରେ ଏହି ପକ୍ଷୀ ବସିଥାଆନ୍ତି।

କୋଚିଲାଖାଇ ପକ୍ଷୀ ଦେଖିବାକୁ ଖୁବ୍‌ ସୁନ୍ଦର। ତାଙ୍କ ଶରୀର କଳାଧଳା ମିଶ୍ରିତ ଓ ବେକ ତଳେ ଧଳା ରଙ୍ଗର ଦାଗ ଥାଏ। ଥଣ୍ଟଟି ଶରୀର ତୁଳନାରେ ବହୁତ ଲମ୍ବା ଓ ବଙ୍କା। ହଳଦୀ ରଙ୍ଗର ଲମ୍ବାଳିଆ ଥଣ୍ଟ ଉପରେ ମୁକୁଟ ବେଶ୍‌ ମନଲୋଭା। ଏହି ଦେଶୀୟ ପକ୍ଷୀ ବିଶେଷକରି କୋଚିଲା ଫଳ ସହ ଜଙ୍ଗଲର ବିଭିନ୍ନ ଫଳ ଖାଇଥାନ୍ତି। ଗୋଟିଏ ଦଳରେ ୧୫ରୁ ୨୦ କୋଚିଲାଖାଇ ପକ୍ଷୀ ରହିଥାଆନ୍ତି। ନିଜର ଓ ଶାବକମାନଙ୍କ ସୁରକ୍ଷା ପାଇଁ ସେମାନେ ଉଚ୍ଚା ଗଛର କୋରଡ଼ରେ ବସା ବାନ୍ଧିଥାଆନ୍ତି। ମାଈ କୋଚିଲାଖାଇ ପକ୍ଷୀ ଅଣ୍ଡା ଦେବା ପରଠାରୁ ଛୁଆ ଫୁଟାଇବା ପର୍ଯ୍ୟନ୍ତ ବସାରେ ଜଗି ରହିଥାଏ। ଅଣ୍ଡିରା କୋଚିଲାଖାଇ ପକ୍ଷୀ ନିଜ ଥଣ୍ଟରେ ଚିକିଟା ମାଟି ସଂଗ୍ରହ କରି ବସା ବାନ୍ଧିଥିବା କୋରଡ଼ର ମୁହଁ ବନ୍ଦ କରିଦେଇଥାଏ। କେବଳ ଥଣ୍ଟ ଗଳିବା ପାଇଁ ଛୋଟ ବାଟ ରଖିଥାଏ। ଛୁଆ ବଡ଼ ହେବା ପର୍ଯ୍ୟନ୍ତ ଅଣ୍ଡିରା କୋଚିଲାଖାଇ ପକ୍ଷୀ ମା’ ଶାବକକୁ ଖାଦ୍ୟ ସଂଗ୍ରହ କରି ଦେଇଥାଏ। ଛୁଆ ବଡ଼ ହେବା ପରେ କୋରଡ଼ ମୁହଁରେ ଥିବା ମାଟିକୁ ଭାଙ୍ଗି ଶାବକ ଓ ମାଈ କୋଚିଲାଖାଇକୁ ବାହାରକୁ ବାହାର କରିଥାଏ। ତେବେ ଏହି ସମୟରେ ଯଦି ଅଣ୍ଡିରା ପକ୍ଷୀଟିର ଶିକାରୀ କିମ୍ବା ଶତ୍ରୁ ଦ୍ୱାରା ମୃତ୍ୟୁ ହୋଇଥାଏ, ତେବେ ମା’ପକ୍ଷୀ ଓ ଶାବକଟିର ଖାଦ୍ୟ ବିନା ମୃତ୍ୟୁ ହୋଇଥାଏ। କେବଳ ଅଣ୍ଡିରା ପକ୍ଷୀଟି ଜାଣିଥାଏ ମା’ ଓ ଶାବକ କେଉଁ ଗଛର କୋରଡ଼ରେ ରହିଥାନ୍ତି। ଏହା ଅବିଶ୍ୱସନୀୟ ହେଲେ ବି ସତ୍ୟ।

ଲୋକମାନେ ଶ୍ୱାସ ଓ ବାତ ରୋଗର ଉପଶମ ପାଇଁ କୋଚିଲାଖାଇ ପକ୍ଷୀର ମାଂସରୁ ଅର୍କ ପ୍ରସ୍ତୁତ କରି ଔଷଧ ରୂପେ ବ୍ୟବହାର କରିଥାଆନ୍ତି। ଏଥିପାଇଁ କେତେଜଣ ଲୋକ ଏହି ପକ୍ଷୀ ଶିକାର କରିବା ସହ ଚଢ଼ାଦାମରେ ବିକ୍ରି କରି ରାଜ୍ୟ ବାହାରକୁ ଚାଲାଣ କରିଥାନ୍ତି। କୋଚିଲାଖାଇ ପକ୍ଷୀର ମାଂସରୁ ତିଆରି ଔଷଧରେ ରୋଗ ଉପଶମ ହେବା ଏକ ଭ୍ରାନ୍ତ ଧାରଣା ବୋଲି ବହୁ ପରିବେଶବିତ୍‌ ଓ ଚିକିତ୍ସକ କହିଛନ୍ତି। ତଥାପି ଏପରି ପକ୍ଷୀ ଶିକାର ଚାଲିଛି। ସଚେତନତା ଅଭାବ ଯୋଗୁ ଆଗାମୀ ଦିନରେ ଏଭଳି ବିରଳ ପ୍ରଜାତିର ପକ୍ଷୀବଂଶ ଲୋପ ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ଫସଲ ନଷ୍ଟ ନେଇ ଯୋଗାଣ ମନ୍ତ୍ରୀଙ୍କୁ ଜଣାଇଲେ ବିଧାୟକ

ପାରଳାଖେମୁଣ୍ଡି,୨୭ା୧୨(ଗିରିଧାରୀ ପରିଛା): ଅଦିନିଆ ବର୍ଷା ଯୋଗୁ ଗଜପତି ଜିଲାର ୭ଟି ଯାକ ବ୍ଲକରେ ବ୍ୟାପକ ପରିମାଣରେ ଧାନ, କପା ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଛି।...

ସମସ୍ୟାଘେରରେ ମେଲକୁନ୍ଦେଲ ପ୍ରାଥମିକ ବିଦ୍ୟାଳୟ

ଥୁଆମୂଳ ରାମପୁର,୨୭ା୧୨(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ମେଲକୁନ୍ଦେଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ସମସ୍ୟାଘେରରେ ରହିଛି। ୨୦୦୮ରେ ସ୍ଥାପିତ ଏହି ବିଦ୍ୟାଳୟରେ ୨୯...

ବାଛୁରୀକୁ ଖାଇଗଲା ବାଘ

ଭଞ୍ଜନଗର,୨୭ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଚ୍ଛେଦାଭୂମିରେ ଏକ ହେଟାବାଘ ବାଛୁରୀକୁ ମାରି ଖାଇ ଦେଇଥିବା ଅଭିଯୋଗ ହେଶଇଛି। ବାଛୁରୀ ମାଲିକ ବଳରାମ ଗୌଡ...

ରାଜଧାନୀରେ ମାତିଛନ୍ତି ଲୁଟେରା: ଘରେ ପଶି ଲୁଟିନେଲେ ୨୦ ଲକ୍ଷ ଟଙ୍କାର ଅଳଙ୍କାର

ଭୁବନେଶ୍ୱର,୨୭।୧୨: କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରମାନେ ନିୟମିତ ଭାବେ ଭୁବନେଶ୍ୱରରେ ଫ୍ଲାଟ ଏବଂ ଘରକୁ ଟାର୍ଗେଟ କରୁଛନ୍ତି। ସଦ୍ୟତମ ଚୋରି ଘଟଣାରେ ରାଜଧାନୀ...

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ପାଳପକାଇ ସ୍କୁଟି ସହ ଯୁବକଙ୍କୁ ଜାଳିଦେଲେ

ସୁନ୍ଦରଗଡ଼,୨୮।୧୨(ଜୟ ନାରାୟଣ ମେଣ୍ଡୁଳି): ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲେଫ୍ରିପଡ଼ା ଥାନା ସର୍ଗିପାଲି...

୨ ଦିନ ଧରି ଥିଲେ ନିଖୋଜ: ଏବେ ପୋଖରୀରୁ ମିଳିଲା…

ପାରଳାଖେମୁଣ୍ଡି,୨୭।୧୨: ଗଜପତି ଜିଲା ପାରଳାଖେମୁଣ୍ଡି ସୀତାସାଗର ଗ୍ରାମ ଏକ ପୋଖରୀରୁ ଶୁକ୍ରବାର ଜଣେ ବୃଦ୍ଧଙ୍କ ମୃତଦେହ ପୋଲିସ ଜବତ କରିଛି। ତାଙ୍କୁ ଅପହରଣ ପରେ ହତ୍ୟା...

ଲାଞ୍ଜିଗଡ ଠାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ପ୍ରସ୍ତୁତି: ସହଯୋଗ କାମନା କଲେ ବିଡିଓ

ଲାଞ୍ଜିଗଡ,୨୭।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ପଞ୍ଚାୟତ  ସମିତି ସଭାଗୃହଠାରେ ଲାଞ୍ଜିଗଡ ବଡିଓ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ  କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫...

ମୃତ ଚାଷୀଙ୍କ ପରିବାରଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦେଲେ ଅଭିନେତ୍ରୀ ରାଣୀ ପଣ୍ଡା

ସାକ୍ଷୀଗୋପାଳ,୨୭।୧୨(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ୪ଦିନ ତଳେ ମତ୍ୟୁବରଣ କରିଥିବା ସ୍ଥାନୀୟ ଡୁଙ୍ଗର ଗ୍ରାମର ମୃତ ଚାଷୀ ପୂର୍ଣଚନ୍ଦ୍ର ଦଳେଇଙ୍କ ପରିବାର ଲୋକଙ୍କୁ ଅଭିନେତ୍ରୀ ରାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri