କୋଡ଼ଗମ୍ଭୀର ପ୍ରଧାନମନ୍ତ୍ରୀ ସଡ଼କ ସାରା ଖାଲ, ଗାଁକୁ ଜରୁରିକାଳୀନ ସେବା ଅପହଞ୍ଚ

ଭଦ୍ରକ,୨୫ା୮(ସନାତନ ରାଉତ): ୧୬ ନମ୍ବର୍‌ ଜାତୀୟ ରାଜପଥରୁ ଭଦ୍ରକ ବ୍ଲକ ଅନ୍ତର୍ଗତ ସାବରଙ୍ଗକୁ ସଂଯୋଗ କରୁଥିବା ଆର୍‌.ଡି ରାସ୍ତାର ( ଶାଖା ରାସ୍ତା ) ଡାହାଣ ପାର୍ଶ୍ୱରେ ଯାଇଥିବା (ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ) ରାସ୍ତାଟି କୋଡ଼ବରୁଆଁ, କୋଡ଼ଗମ୍ଭୀର, ଛତିଶବିରଜାପୁର, ପଲ୍ଲୀ, ପଗଡ଼, ଖିରସାହି ଦେଇ ସାବରଙ୍ଗ ବଜାରକୁ ସଂଯୋଗ କରିଛି। ମରାମତି ଅଭାବରୁ ଏହି ରାସ୍ତା ଦୀର୍ଘଦିନ ହେବ ଅସୁରା ଛକଠାରୁ କୋଡ଼ଗମ୍ଭୀର ଗ୍ରାମ ପର୍ଯ୍ୟନ୍ତ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇ ମରଣଯନ୍ତା ପାଲଟିଛି। ଏହି ରାସ୍ତା ଦେଇ ଚଣ୍ଡୀଗାଁ, କୋଡବରୁଆଁ ଓ ସାବରଙ୍ଗ ତିନି ପଞ୍ଚାୟତର ଲୋକେ ଏବଂ ଦୁଇଟି ହାଇସ୍କୁଲ, ଦୁଇଟି କଲେଜର ଛାତ୍ରୀଛାତ୍ର ଯିବା ଆସିବା କରିଥାଆନ୍ତି। ଭଦ୍ରକ ସଦରମହକୁମାକୁ ଛୁଇଁବା ପାଇଁ ଚଣ୍ଡିଗାଁ ଓ କୋଡ଼ବରୁଆଁ ପଞ୍ଚାୟତବାସୀଙ୍କ ଏକମାତ୍ର ରାସ୍ତା ହୋଇଥିବା ବେଳେ ଏହା ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତାରେ ଏତେ ଗାତ ଯେ, ଖାଲି ପାଦରେ ଚାଲିବା କଷ୍ଟକର।ଜରୁରିକାଳୀନ ସେବା ପାଇଁ ଦମକଳ କି ଆମ୍ବୁଲାନ୍ସ ପହଞ୍ଚିବାରେ ବହୁ ବିଳମ୍ବ ହେଉଛି। ରାସ୍ତାର ଦୁରବସ୍ଥା ଉପରେ ଜିଲା ପ୍ରଶାସନ କିମ୍ବା ଜନପ୍ରତିନିଧିଙ୍କ ନଜର ପଡୁନାହିଁ । ଆଗାମୀ ଦିନରେ ଏହି ରାସ୍ତା ତିଆରି ନ କଲେ ଏକ ଜନ ଆନ୍ଦୋଳନ ହେବ ବୋଲି କୋଡ଼ବରୁଆଁ ପଞ୍ଚାୟତର ଯୁବ ସମାଜସେବୀ ରଘୁରାମ ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ

ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri