କୋଦୁଓବେରେଣୀ-ଭାପୁର ରାସ୍ତା ଶୋଚନୀୟ

ଖୋର୍ଦ୍ଧା,୨୪ା୬(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଧୀନ କୋଦୁଓବେରେଣୀଠାରୁ ନୟାଗଡ଼ ଜିଲା ଭାପୁର (ବାଇପାସ୍‌)କୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ପ୍ରାୟ ୧୦ କିମିର ଏହି ରାସ୍ତା ଖଣ୍ଡପଡ଼ା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ତେବେ କୋଦୁଓ ବେରେଣୀଠାରୁ ସାଗର ଗାଁ ପର୍ଯ୍ୟନ୍ତ ଥିବା ରାସ୍ତା ଖୋର୍ଦ୍ଧା ଜିଲା ପ୍ରଶାସନ ଅଧୀନରେ ଆସୁଛି।
ବାଘମାରୀ ପଟୁ ଦଶପଲ୍ଲା ଓ ଭାପୁର ଯିବା ପାଇଁ ମୁଖ୍ୟ ସଂଯୋଗ ରାସ୍ତା ହୋଇଥିବାରୁ ଏହା ଉପରେ ଶତାଧିକ ଲୋକ ନିର୍ଭର କରୁଛନ୍ତି। ଦୈନିକ ଉକ୍ତ ରାସ୍ତା ଦେଇ ବହୁ ଦୁଇ ଓ ଚାରି ଚକିଆ ଯାନ ଚଳାଚଳ କରୁଛି। ତେବେ କୋଦୁଓବେରେଣୀଠାରୁ ୧କିମି ପର୍ଯ୍ୟନ୍ତ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛିି। ଠାଏ ଠାଏ ବଡ଼ ବଡ଼ ଗର୍ତ୍ତ ମଧ୍ୟ ସୃଷ୍ଟି ହୋଇଛି। ଅସରାଏ ବର୍ଷାହେଲେ ଖାଲଗୁଡ଼ିକରେ ପାଣି ଜମିରହୁଛି। ଭାରିଯାନ ଚକ ଦବିଯାଇ ଘଣ୍ଟା ଘଣ୍ଟା ଅଟକି ରହୁଛି। ଫଳରେ ଲୋକେ ଯାତାୟାତ ଲାଗି ହଇରାଣ ହେଉଛନ୍ତି। ଏହାସତ୍ତ୍ୱେ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ପଦକ୍ଷେପ ନେଉନାହିଁ। ଶୁକ୍ରବାର ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ ସମସ୍ୟା ଜଣାଇଛନ୍ତି।
ଏହି ରାସ୍ତା ପାର୍ଶ୍ୱରେ କଳାପଥର-ଧଳାପଥର ବଜାର ରହିଛି। ଏହା ଏକ ପ୍ରମୁଖ ବଜାର ହୋଇଥିବାରୁ ରାତିପାହିଲେ ଆଖପାଖ ଅଞ୍ଚଳର ଲୋକେ ଏଠାକୁ ଆସିଥା’ନ୍ତି। ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇଥିବାରୁ ସେମାନଙ୍କୁ ହଇରାଣ ହେବାକୁ ପଡ଼ିଥାଏ। ଏହି ସମସ୍ୟା ଗତ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗିରହିଛି। ଉକ୍ତ ରାସ୍ତା ଦେଇ କେବଳ ସ୍ଥାନୀୟ ବାସିନ୍ଦା ନୁହନ୍ତି, ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଯାତାୟାତ କରୁଛନ୍ତି। ବୋଲଗଡ଼ ବ୍ଲକର ଠଣାପଲ୍ଲୀ ମେଗା ୱାଟର ପ୍ରକଳ୍ପ ପରିଦର୍ଶନରେ ଯିବା ପାଇଁ ଜିଲାସ୍ତରୀୟ ଅଧିକାରୀମାନେ ଏହି ରାସ୍ତା ଉପରେ ନିର୍ଭର କରିଥା’ନ୍ତି। ତେବେ ରାସ୍ତା ସମସ୍ୟା ପ୍ରତି ଅଧିକାରୀମାନଙ୍କର କିପରି ନଜର ପଡୁନାହିଁ ତାହା ପ୍ରଶ୍ନବାଚୀ ହୋଇଛି। ରାସ୍ତା ମରାମତି ଲାଗି ପ୍ରଶାସନ ନିକଟରେ ଅଞ୍ଚଳବାସୀ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ନିରାଶ ହେବାକୁ ପଡ଼ିଛି। ଅପରପକ୍ଷେ ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ରାସ୍ତାଟି ଉକ୍ତ ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ସ୍ଥିତିବାନ୍‌ ଜମି ବୋଲି ସେ ଦାବି କରିଆସୁଛନ୍ତି। ଏପରିକି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ବିଭିନ୍ନ ସମୟରେ ଖଣ୍ଡପଡ଼ା ଡିଭିଜନ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଛି। ତେବେ ଉକ୍ତ ଜମି ସେଥିରେ ବାଧକ ସାଜୁଛି। ରାସ୍ତା ପ୍ରାରମ୍ଭରେ ଏକ ଘରୋଇ ଜମି ରହିଥିବା ସମ୍ପର୍କରେ ବିଭାଗୀୟ ଅଧିକାରୀ କିପରି ଜାଣିପାରୁନାହାନ୍ତି ତାହା ସନ୍ଦେହଘେରକୁ ଆସୁଛି। ରାସ୍ତା ସମସ୍ୟା ପାଇଁ ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବକୁ ଅଞ୍ଚଳବାସୀ ଦାୟୀ କରିଛନ୍ତି।
ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରି ତୁରନ୍ତ ରାସ୍ତା ମରାମତି ପାଇଁ ନିବେଦନ କରିଛନ୍ତି। ସେ ବିଧାୟକ ଥିବାବେଳେ ୨୦୧୮-୧୯ରେ ଏହି ରାସ୍ତା ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ରାସ୍ତାର ମରାମତି ଆବଶ୍ୟକ ଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ବର୍ଷାଦିନ ଆସିଯାଇଛି। ତୁରନ୍ତ ରାସ୍ତା ନିର୍ମାଣ କରା ନ ଗଲେ ଲୋକେ ହଇରାଣ ହେବେ। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି ପଟ୍ଟନାୟକ କହିଛନ୍ତି। ଏ ସମ୍ପର୍କରେ ଖୋର୍ଦ୍ଧା ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ କହିଛନ୍ତି, ପୂର୍ତ୍ତ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଳିଆ ଗଦାରେ ଦାରିଙ୍ଗବାଡି: ପରିମଳ ନିୟନ୍ତ୍ରଣ ପାଇଁ ନିବେଦନ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ)-ଅଳିଆ ଗଦାରେ ଦାରିଙ୍ଗବାଡି। ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ରହିଥିବା ଦାରିଙ୍ଗବାଡି ଏବେ ପରିବେଶ ଦୂଷିତ ହେବାରେ ଲାଗିଛି। ସହରରୁ...

କାର୍ତ୍ତିକ ଦ୍ବିତୀୟ ସୋମବାର : ବର୍ଷା ସତ୍ତ୍ବେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବୁଗୁଡ଼ା,୨୮।୧୦(କାଳିଚରଣ ଦାଶ): ପୂଣ୍ୟ ଓ ଧର୍ମ ମାସ କାର୍ତ୍ତିକର ଦ୍ବିତୀୟ ସୋମବାର ବର୍ଷା ସତ୍ତ୍ବେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ...

ସାଇ ମନ୍ଦିରରୁ ଚୋରି:୧୭ କେଜି ଅଳଙ୍କାର ନେଇଗଲେ ଚୋର

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ସୋମବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଭାଗିରଥି ପାର୍କ ନିକଟସ୍ଥ...

ଆସୁ ଆସୁ ବଡ଼ କାମ କଲେ ବିଡିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୨ ବର୍ଷ ଧରି ସଫଳତାର ସହ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ଚଳିତ ବର୍ଷ...

ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ଦାରିଙ୍ଗବାଡିରେ ନୂଆ ବିଡ଼ିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଭେଟିବାକୁ ଲୋକଙ୍କ ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳିଛି। କଂଗ୍ରେସର...

ଅଲୋଡ଼ା ହେଲା ଶିଶୁକନ୍ୟା: ପୋଖରୀ କୂଳରେ ବ୍ୟାଗ୍‌ ଭିତରେ ପୂରାଇ ଛାଡ଼ି ଚାଲିଗଲେ…

ପାଟଣା,୨୮ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଶିଶୁ ବିଦ୍ୟାମନ୍ଦିର ପଛ ପଟରେ ଥିବା ଏକ ପୋଖରୀ କୂଳରେ ବ୍ୟାଗ୍‌ ଭିତରୁ ସୋମବାର ସକାଳୁ...

ମଦ ବିରୋଧରେ ଅଣ୍ଟାଭିଡ଼ିଲେ ୬ ଗାଁର ମହିଳା

ଅମରପାଲି,୨୮ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଅବାଧରେ ଦେଶୀ ବିଦେଶୀ ମଦ ବିକ୍ରି ଚାଲିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅବକାରୀ...

ଶପଥ ନେଲେ ଦାରିଙ୍ଗବାଡି ଥାନା ପୋଲିସ: ଦୁର୍ନୀତି କରିବାନି କି ହେବାକୁ ଦେବାନି

ଦାରିଙ୍ଗବାଡି, ୨୮।୧୦(ଅରୁଣ ସାହୁ ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏ ନେଇ ସଚେତନ କରାଯାଉଛି। ଏହି କ୍ରମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri