କିଆରାଙ୍କ ୱିଶ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ କରନ ଜୋହରଙ୍କ ଚ୍ୟାଟ ଶୋ’ ‘କଫି ୱିଥ କରନ ୭’ର ଲାଟେଷ୍ଟ ଏପିସୋଡରେ ବଲିଉଡ ଆକ୍ଟର ସାହିଦ କପୁର ଓ ଆକ୍ଟ୍ରେସ କିଆରା ଆଡଭାନୀଙ୍କ ଯୋଡିକୁ ଦେଖିବାକୁ ମିଳିବ । ସମସ୍ତେ ଜାଣିଥିବେ ଏହି ଶୋ’ରେ ବଲିଉଡ ସେଲିବ୍ରିଟିମାନେ ନିଜ ପର୍ସନାଲ ଓ ପ୍ରଫେସନାଲ ଲାଇଫକୁ ନେଇ ବହୁ ଅଜଣା କଥା ଦର୍ଶକଙ୍କ ସାମ୍ନାରେ କହି ଥାଆନ୍ତି । କିଛିଦିନ ପୂର୍ବରୁ ଏକ ଶୋ’ରେ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ ତାଙ୍କ ଲଭ ଲାଇଫକୁ ନେଇ କଥା ହୋଇଥିଲେ । ଏବେ କଫି ୱିଥ କରନ ଏପିସୋଡରେ କରନ ଜୋହର ଓ ସାହିଦ କପୁର କିଆରାଙ୍କ ମୁହଁରୁ ତାଙ୍କ ଲଭ ଲାଇଫ ବିଷୟରେ ଶୁଣିବାକୁ ଚାହିଛନ୍ତି । ଏମିତିକି ଶୋ’ରେ ସାହିଦ କପୁର କହୁଛନ୍ତି କିଆରା-ସିଦ୍ଧାର୍ଥଙ୍କ ଯୋଡି ଖୁବ୍ ସୁନ୍ଦର ଆଉ ଏଥିରେ କରନ କହୁଛନ୍ତି, ମୁଁ ତ ଭାବୁଛି ଏମାନଙ୍କ ଯୋଡି ଏତେ ସୁନ୍ଦର ତ ଏମାନଙ୍କ ପିଲା କେତେ ଗର୍ଜିୟସ ହେବେ ।
ଏହି ଶୋ’ରେ କରନ ଓ ସାହିଦ ମିଳିମିଶି କିଆରାଙ୍କୁ ସେପର୍ଯ୍ୟନ୍ତ ଟିଜ କରୁଛନ୍ତି ଯେପର୍ଯ୍ୟନ୍ତ ସେ ତାଙ୍କ ଲଭ ଲାଇଫ ବିଷୟରେ ଖୋଲା ଖୋଲି କଥା ହୋଇ ନାହାନ୍ତି । ଶେଷରେ କିଆରା କହିଛନ୍ତି ମୁଁ ବିବାହ ଉପରେ ଖୁବ୍ ଭରସା କରେ । ମୁଁ ମୋ ଘରେ ସୁନ୍ଦର ସୁନ୍ଦର ବିବାହର ମଜା ନେଇଛି ବା ବିବାହ ଦେଖିଛି । ତେଣୁ ମୋ ଜୀବନରେ ମୁଁ ଏମିତି ବିବାହ କରିବାକୁ ଚାହୁଁଛୁ । ହେଲେ କଫି ୱିଥ କରନରେ ମୁଁ ବିବାହ ବିଷୟରେ କିଛି କହିବି ନାହିଁ । ହେଲେ ମୁଁ ସମସ୍ତଙ୍କୁ ନିମନ୍ତ୍ରଣ କରିବି ।
ଏହାସହ ର‌୍ୟାପିଡ ରାଉଣ୍ଡରେ କିଆରାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ଯାହାର ଉତ୍ତରରେ ସେ ତାଙ୍କ ୱିଶ କଥା କହିଛନ୍ତି । କରନ ପଚାରିଥିଲେ କେଉଁ ସେଲିବ୍ରିଟିଙ୍କୁ ସେ ତାଙ୍କ ବ୍ରାଇଡ ସ୍କ୍ୱାର୍ଡରେ ଦେଖିବାକୁ ଚାହାଁନ୍ତି । ଉତ୍ତରରେ କିଆରା କହିଥିଲେ, ପ୍ରକୃତରେ ମୁଁ ଆଲିଆ ଭଟ୍ଟଙ୍କୁ ବହୁତ ପସନ୍ଦ କରେ । ତେଣୁ ମୁଁ ଚାହୁଁଛି ମୋ ବ୍ରାଇଡ ସ୍କ୍ୱାର୍ଡରେ ଆଲିଆ ଭଟ୍ଟ ନିଶ୍ଚିତ ରହିବେ । ମୁଁ ତାଙ୍କୁ ବହୁତ ଭଲପାଏ ସେ ବହୁତ ସୁନ୍ଦର । ସୂଚନାଯୋଗ୍ୟ, ଶୁଣିବାକୁ ମିଳିଛି କି ଚଳିତ ବର୍ଷ କିଆରା ଆଡଭାନୀ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ବିବାହ କରିବାକୁ ଯାଉଛନ୍ତି ।

Share