କିଆରାଙ୍କ ନମ୍ବରକୁ ଏହି ନାଁରେ ସେଭ୍‌ କରିଛନ୍ତି ସିଦ୍ଧାର୍ଥ

ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବେ ଅଭିନେତ୍ରୀ କିଆରା ଆଡଭାନୀଙ୍କ ପ୍ରେମରେ ପଡିଛନ୍ତି। ବିଭିନ୍ନ ପାର୍ଟି ଉଭୟଙ୍କୁ ଏକାଠି ଦେଖିବାକୁ ମିଳେ । ଏ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି। ତେବେ ମିଡିଆ ଆଗରେ ନିଜ ପ୍ରେମ ସମ୍ପର୍କକୁ ନେଇ କେବେ ବି ମୁହଁ ଖୋଲି ନାହାନ୍ତି ଉଭୟ।
ନିକଟରେ କରଣ ଜୋହରଙ୍କ ଚାଟ୍‌ ଶୋ’ ‘କଫି ଓ୍ବିଥ୍‌ କରଣ’ରେ ବିକି କୌଶଲ ସହ ପହଞ୍ଚିଥିଲେ ସିଦ୍ଧାଥର୍ର୍। ଏହି ଅବସରରେ ସେ କିଆରାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଅନେକ ଖୁଲାସା କରିଥିଲେ। ରାପିଡ୍‌ ଫାୟାର୍‌ ରାଉଣ୍ଡରେ କରଣ ସିଦ୍ଧାର୍ଥଙ୍କୁ ପଚାରିଥିଲେ କିଆରା ଆଡଭାନୀଙ୍କ ଫୋନ ନମ୍ବର କେଉଁ ନାଁରେ ସେଭ୍‌ କରିଛନ୍ତି। ଏହାର ଜବାବରେ ସିଦ୍ଧାର୍ଥ କହିଥିଲେ, ‘କି’ ରେ ସେଭ୍‌ କରିଛି। ଏହାପରେ କରଣ କହିଥିଲେ,ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ତୁମର ସବୁଠୁ ଭଲ ବନ୍ଧୁ କିଏ। ସିଦ୍ଧାର୍ଥ ଏହି ଉତ୍ତର ଦେବା ପୂର୍ବରୁ ବିକି କହିଥିଲେ ‘କି’ ହିଁ ତାଙ୍କର ଭଲ ବନ୍ଧୁ।
କିଆରା ଏବଂ ସିଦ୍ଧାର୍ଥ ମାଲହୋତ୍ରା ଚଳିତ ବର୍ଷ ଛୁଟି କାଟିବାକୁ ମାଲଦ୍ୱୀପ ଯାଇଥିଲେ। ତାଙ୍କ ଭେକେସନ ବେଳର କିଛି ଭିଡିଓ ଏବଂ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ଏହାପରେ ସିଦ୍ଧାର୍ଥ ଏବଂ କିଆରାଙ୍କ ରିଲେସନସିପ୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କୁହାଯାଏ, ସିଦ୍ଧାର୍ଥ ଏବଂ କିଆରା ‘ଶେରଶାହ’ ଶୁଟିଂ ପରଠାରୁ ପରସ୍ପରକୁ ଡେଟ କରୁଛନ୍ତି।

Share