ଅକ୍ଟୋବର ୨୬ରୁ ‘କଫି ଉଇଥ୍‌ କରନ୍‌ ସିଜନ ୮’

ବମ୍ବେ: ଆସିବ କଫି ଉଇଥ୍‌ କରନ୍‌ର ନୂଆ ସିଜନ। ସୋସିଆଲ ମିଡିଆରେ ପ୍ରୋମୋ ଶେୟାର କରି ଏନେଇ ଜଣାଇଛନ୍ତି ହୋଷ୍ଟ କରନ୍‌ ଜୋହର। ହଟ୍‌ଷ୍ଟାରରେ ଶୋ’ରର ୮ମ ସିଜନ ଅକ୍ଟୋବର ୨୬ରୁ ଷ୍ଟ୍ରିମ୍‌ ହେବ। ଏହାଛଡ଼ା ଭିଡିଓରେ କରନ୍‌ ‘ନେପୋ ବେବିଜ’ ଭଳି ଶବ୍ଦ ବ୍ୟବହାର କରି ନିଜକୁ ମଧ୍ୟ ଟ୍ରୋଲ କରିବାକୁ ପଛାଇନାହାନ୍ତି।

ଶୋ’ ବିଷୟରେ କହିଲେ ସବୁଥର ଭଳି ଏଥର ମଧ୍ୟ କରନ୍‌ କିଛି ନୂଆ କରିବେ। ନୂତନ ବିବାହିତ ଯୋଡ଼ିଙ୍କ ସହ କ୍ରିକେଟରଙ୍କୁ ଶୋ’ର ଅତିଥି ଭାବେ ନିମନ୍ତ୍ରଣ କରିବେ । ତେବେ ଏନେଇ ଘୋଷଣା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି।

Share