Categories: ଖେଳ

୭୦ ଶତକ ମାରିବା କ୍ୟାଣ୍ଡି କ୍ରସ୍‌ ନୁହେଁ: କୋହଲିଙ୍କୁ ନେଇ ଏମିତି କହିଲେ…

ନୂଆଦିଲ୍ଲୀ,୧୭।୭: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଫର୍ମକୁ ନେଇ ଏବେ ବିତର୍କ ଚାଲିଛି। ଏବେ ପାକିସ୍ତାନର ପୂର୍ବ ଦ୍ରୁତ ବୋଲର୍‌ ଶୋଏବ ଅଖତର ନିଜର ପ୍ରତିକ୍ରିୟା ରଖିଛନ୍ତି। ନିଶ୍ଚିତ ଭାବେ କୋହଲି ନିଜ ଫର୍ମ ହାସଲ କରିବେ। ଏଥିଲାଗି ତାଙ୍କୁ ସୋସିଆଲ ମିଡିଆ ଏବଂ ଆଲୋଚକଙ୍କଠାରୁ ଦୂରରେ ରହି ନିଜ ଖେଳ ପ୍ରତି ଯତ୍ନବାନ ହେବାକୁ ପଡ଼ିବ ବୋଲି ଅଖତର କହିଛନ୍ତି।

ନିଜର ୟୁଟ୍ୟୁବ ଚ୍ୟାନେଲ୍‌ରେ ଅଖତର କହିଛନ୍ତି, ଜଣେ ପାକିସ୍ତାନୀ ହୋଇ ମୁଁ ବିରାଟଙ୍କୁ ସମର୍ଥନ କରୁଛି। କାରଣ ୭୦ ଶତକ ମାରିବା କ୍ୟାଣ୍ଡି କ୍ରସ ନୁହେଁ। କେବଳ ଜଣେ ମହାନ ଖେଳାଳି ଏତେ ଶତକ ମାରିପାରିବ, ସାମାନ୍ୟ ଖେଳାଳି ତାହା କରିପାରିବ ନାହିଁ। ଯେତେବେଳେ ସେ ଏହି ପର୍ଯ୍ୟାୟରୁ ବାହାରକୁ ଆସିବେ, ସେତେବେଳେ ସେ ଭିନ୍ନ କୋହଲି ପାଲଟିବେ। କିଛି ଜିନିଷ ରହିଛି ଯାହା ଉପରେ ତାଙ୍କୁ କାମ କରିବାର ଆବଶ୍ୟକତା ରହିଛି। ଏବେ ତାଙ୍କୁ ଅଧିନାୟକ ଭାବେ ତାଙ୍କ କାର୍ଯ୍ୟକାଳକୁ ଭୁଲିବାର ଆବଶ୍ୟକତା ରହିଛି। ଜଣେ ବ୍ୟାଟ୍ସମ୍ୟାନ୍‌ ଭାବେ ସେ ନିଜ ଉପରେ ଧ୍ୟାନ ଦିଅନ୍ତୁ। ରନ୍‌ କରିପାରୁନାହାନ୍ତି? ବ୍ୟସ୍ତ ହେବାର ନାହିଁ। ଲୋକେ ତାଙ୍କ ବିଷୟରେ ଆଲୋଚନା କରୁଛନ୍ତି? ବ୍ୟସ୍ତ ହୁଅନ୍ତୁ ନାହିଁ। ଏହା ଆପଣଙ୍କୁ ମଜଭୂତ କରିବ। ତାଙ୍କୁ ଆଉ ୩୦ ଶତକ ମାରିବାର ଅଛି। ମୁଁ ତାଙ୍କ ପାଇଁ ୧୧୦ ଶତକ ଲାଗି ଭବିଷ୍ୟବାଣୀ କରିଛି। ଏବେ ବି ସେ ଯୁବ ଏବଂ ବହୁତ ଫିଟ୍‌ ଅଛନ୍ତି ବୋଲି ସେ କହିଛନ୍ତି।

ଏହାଛଡ଼ା କୋହଲିଙ୍କୁ ଉଇକେଟରେ ଅଧିକ ସମୟ ଧରି ରହିବାର ଆବଶ୍ୟକତା ରହିଛି। ନିଜକୁ ସମୟ ଦେଉ ନ ଥିବା କାରଣରୁ ହତାଶା ସ୍ପଷ୍ଟ ବାରି ହେଉଛି। ଏମିତି କଲେ ଖରାପ ଫର୍ମରୁ ମୁକୁଳି ପାରିବେ ନାହିଁ। କିଛି ଦିନ ଧରି ସୋସିଆଲ ମିଡିଆରୁ ଦୂରରେ ରୁହନ୍ତୁ ଏବଂ ଆଲୋଚନାକୁ ଭୁଲି ଯାଆନ୍ତୁ ବୋଲି ସେ କହିଛନ୍ତି।

Share