Categories: ଖେଳ

ବଡ଼ କୀର୍ତ୍ତିମାନ ହାସଲ କଲେ କୋହଲି

ଡୋମିନିକା, ୧୪ା୭: ଡୋମିନିକା ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ କ୍ରିକେଟର୍‌ ବିରାଟ କୋହଲି ବଡ଼ କୀର୍ତ୍ତିମାନ ହାସଲ କରିଛନ୍ତି। ଭାରତ ପାଇଁ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ପଞ୍ଚମ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ବିରାଟ କୋହଲି ବୀରେନ୍ଦ୍ର ସେହ୍ବାଗଙ୍କୁ ପଛରେ ପକାଇଛନ୍ତି। ବିରାଟ କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ୮୫୦୪ ରନ କରିଛନ୍ତି। ଭାରତ ପାଇଁ ଟେଷ୍ଟ ମ୍ୟାଚରେ ସର୍ବାଧିକ ରନ ସଂଗ୍ରହ କରିଥିବା ଖେଳାଳି ତାଲିକାରେ ସଚିନ ତେନ୍ଦୁଲକର ଶୀର୍ଷରେ ଅଛନ୍ତି। ସଚିନ ତେନ୍ଦୁଲକରଙ୍କ ନାମରେ ୧୫୯୨୧ ରନ ରହିଛି। ସେ ଟେଷ୍ଟ ଇତିହାସରେ ସର୍ବାଧିକ ରନ ସ୍କୋରର। ଭାରତ ପାଇଁ ଟେଷ୍ଟ ମ୍ୟାଚ୍‌ରେ ରାହୁଲ ଦ୍ରାବିଡ ଦ୍ୱିତୀୟ ସର୍ବାଧିକ ସ୍କୋରର ହୋଇଥିବା ବେଳେ। ରାହୁଲ ଦ୍ରାବିଡ ତାଙ୍କ ଟେଷ୍ଟ କ୍ୟାରିୟରରେ ୧୩୨୬୫ ରନ ସଂଗ୍ରହ କରିଥିଲେ।
ଏଥି ସହିତ ସୁନୀଲ ଗାଭାସ୍କର ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ସୁନୀଲ ଗାଭାସ୍କର ତାଙ୍କ ଟେଷ୍ଟ କ୍ୟାରିୟରରେ ୧୦୧୨୨ ରନ ସ୍କୋର କରିଥିଲେ। ଭାରତ ପାଇଁ ଟେଷ୍ଟ ମ୍ୟାଚରେ ଭିଭିଏସ ଲକ୍ଷ୍ମଣ ୮୭୮୧ ରନ ସଂଗ୍ରହ କରିଛନ୍ତି। ଭିଭିଏସ୍‌ ଲକ୍ଷ୍ମଣ ଏହି ତାଲିକାରେ ଚତୁର୍ଥ ନମ୍ବର। ୮୫୦୪ ରନ ସହ ବିରାଟ କୋହଲି ଭାରତ ପାଇଁ ଟେଷ୍ଟ ମ୍ୟାଚ ରେ ପଞ୍ଚମ ସର୍ବାଧିକ ରନ ସ୍କୋରର ହୋଇଛନ୍ତି।
ଡୋମିନିକା ଟେଷ୍ଟରେ ଭାରତୀୟ ଦଳ ଦୃଢ ସ୍ଥିତିରେ ପହଞ୍ଚଛି। ଦ୍ୱିତୀୟ ଦିନର ଖେଳ ଶେଷ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ୨ ଉଇକେଟ ପାଇଁ ୩୧୨ ରନ ସଂଗ୍ରହ କରିଛି। ପ୍ରଥମ ଇନିଂସ ଆଧାରରେ ଭାରତୀୟ ଦଳ ୧୬୨ ରନ ଆଗରେ ରହିଛି।

Share