Categories: ଖେଳ

ନିଜକୁ ପ୍ରଥମ ସ୍ଥାନରେ ଦେଖି ଆଶ୍ଚର୍ଯ୍ୟ ହେଲେ ଏହି କ୍ରିକେଟର୍‌

ଆଇସିସି ଟେଷ୍ଟ ମାନ୍ୟତାରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ୱିଲିୟମସନ ୧୨୯ ଏବଂ ୨୧ ସ୍କୋର କରି ୧୩ ରେଟିଂ ପଏଣ୍ଟ ହାସଲ କରିଥିଲେ। ସେ ୮୯୦ ପଏଣ୍ଟ ସହ ବର୍ଷ ଶେଷରେ ବ୍ୟାଟିଂ ମାନ୍ୟତାକୁ ଶୀର୍ଷରେ ରଖିବାରେ ସଫଳ ହୋଇଥିଲେ। ସେ ସ୍ମିଥଙ୍କ ସ୍ଥାନ ନେଇଥିଲେ। କୋହଲି (୮୭୯) ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆଇସିସିର ଟୁଇଟର୍‌ ହ୍ୟାଣ୍ଡେଲରେ ମୁକ୍ତିଲାଭ କରିଥିବା ଭିଡିଓରେ ୱିଲିୟମସନ କହିଛନ୍ତି ଯେ, ଏହି ଦୁଇ ଖେଳାଳି (ବିରାଟ କୋହଲି ଏବଂ ଷ୍ଟିଭ ସ୍ମିଥ) ମୋ ଅପେକ୍ଷା ଭଲ। ତାଙ୍କ ଭଳି ଖେଳାଳିଙ୍କଠାରୁ ଆଗରେ ରହିବା ଆଶ୍ଚର୍ଯ୍ୟଜନକ ଏବଂ ଆନନ୍ଦଦାୟକ ଅଟେ। ସେ କହିଛନ୍ତି, ଏହି ଦୁଇ ଖେଳାଳି ବର୍ଷ ବର୍ଷ ଧରି ସମସ୍ତ ଫର୍ମାଟରେ ଖେଳକୁ ଆଗକୁ ନେଇଛନ୍ତି। ତାଙ୍କ ବିପକ୍ଷରେ ଖେଳିଥିବାରୁ ମୁଁ ବହୁତ ଭାଗ୍ୟବାନ।

Share