Posted inଖେଳ

କୋହଲି, ଅକ୍ଷର ସମ୍ମାନ ରଖିଲେ, ଦକ୍ଷିଣ ଆଫ୍ରିକା ଆଗରେ ଟାର୍ଗେଟ ୧୭୭

ବାର୍ବାଡୋସ, ୨୯।୬: ଟି୨୦ କ୍ରିକେଟ ବିଶ୍ୱକପର ଫାଇନାଲରେ ନିଜର ଦମ୍‌ ଦେଖାଇଛନ୍ତି ବିରାଟ କୋହଲି। ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ସଫଳ ମୁକାବିଲା କରି ସେ ହାସଲ କରିଛନ୍ତି ଅର୍ଦ୍ଧଶତକ। ବିରାଟ ଓ ଅକ୍ଷର ପଟେଲଙ୍କ ପ୍ରଭାବୀ ବ୍ୟାଟିଂ ବଳରେ ଭାରତ ଶନିବାର ଅନୁଷ୍ଠିତ ମ୍ୟାଚରେ ୨୦ ଓଭରରେ ୭ ଉଇକେଟ ହରାଇ ୧୭୬ ରନ ସଂଗ୍ରହ କରିଛି।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା। ପ୍ରଥମ ଓଭରରେ ଭାରତର ଆରମ୍ଭ ଭଲ ହୋଇଥିଲେ ହେଁ ଦ୍ୱିତୀୟ ଓଭରରେ ୨ ବଲ୍‌ ବ୍ୟବଧାନରେ ୨ଟି ଉଇକେଟ ନେଇ ଶକ୍ତ ଝଟ୍‌କା ଦେଇଥିଲେ ତାରକା ସ୍ପିନର କେଶବ ମହାରାଜ। ସେ ପ୍ରଥମ ଓଭରର ୪ର୍ଥ ବଲ୍‌ରେ ରୋହିତ (୯ ରନ) ଓ ୬ଷ୍ଠ ବଲ୍‌ରେ ରିଷଭ ପନ୍ତ(୦)ଙ୍କୁ ଆଉଟ କରିଥିଲେ।

ଟି୨୦ ସ୍ପେଶାଲିଷ୍ଟ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ମାତ୍ର ୩ ରନକରି ଆଉଟ ହେବା ଭାରତକୁ ବ୍ୟାକ୍‌ଫୁଟ୍‌ରେ ରଖିଥିଲା। ମାତ୍ର ୩୪ ରନରେ ଟପ୍‌ ଅର୍ଡରର ୩ ବ୍ୟାଟର ଆଉଟ ହେବାରୁ କୋହଲିଙ୍କ କାନ୍ଧକୁ ଆସିଥିଲା ବିରାଟ ଦାହିତ୍ୱ। ନିରାଶ କରି ନ ଥିଲେ କିଙ୍ଗ୍‌ କୋହଲି। ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ନ ପାରି ସମାଲୋଚିତ ହୋଇ ଆସୁଥିବା କୋହଲି ଠିକ୍‌ ସମୟରେ ଖେଳିଥିଲେ ସ୍ମରଣୀୟ ଇନିଂସ। ସେ ଓ ଅକ୍ଷର ପଟେଲ ୪ର୍ଥ ଉଇକେଟରେ ୭୨ ରନ ଯୋଗକରି ଇନିଂସ ସମ୍ଭାଳିଥିଲେ।

୩୧ ବଲ୍‌ରୁ ୧ ଚୌକା ଓ ୪ ଛକା ସହାୟତାରେ ୪୭ ରନକରି ଅକ୍ଷର ଦୁର୍ଭାଗ୍ୟଜନକଭାବେ ରନ୍‌ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ପରିସ୍ଥିତି ଦୃଷ୍ଟିରୁ ଇନିଂସ ଆରମ୍ଭରେ ଧିମା ରହିଥିବା କୋହଲି ଶେଷଭାଗରେ ବିସ୍ଫୋରକ ବ୍ୟାଟିଂ କରି ଭାରତ ସ୍କୋରକୁ ୧୫୦ ଅତିକ୍ରମ କରାଇଥିଲେ। ୬୯ ବଲ୍‌ରୁ ୬ ଚୌକା ଓ ୨ ଛକା ସହାୟତାରେ ସେ ୭୬ ରନ ସ୍କୋର କରି ଭାରତର ସମ୍ମାନ ରଖିଥିଲେ। ଚଳିତ ଟୁର୍ନାମେଣ୍ଟରେ ଏହାଥିଲା ତାଙ୍କର ପ୍ରଥମ ଅର୍ଦ୍ଧଶତକ।

ଶିବମ୍‌ ଦୁବେ ଛୋଟ ଇନିଂସ ଖେଳିଥିଲେ ହେଁ ଭାରତ ପାଇଁ ତାହା ବେଶ୍‌ ଉପାଦେୟ ହୋଇଥିଲା। ସେ ୧୬ ବଲ୍‌ରୁ ୨୭ (୩ ଚୌକା, ୧ ଛକା) ରନ ସ୍କୋର କରିଥିଲେ। ଶେଷ ଓଭରରେ ଏନରିଚ୍‌ ନର୍ଜେ ଦୁବେ ଏବଂ ରବୀନ୍ଦ୍ର ଜାଡେଜା (୨)ଙ୍କ ଉଇକେଟ ନେବାରୁ ଭାରତ ସ୍କୋର ୧୭୬ ରନରେ ସୀମିତ ରହି ଯାଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ଓ ଏନରିଚ୍‌ ନର୍ଜେ ୨ଟି ଲେଖାଏ ଏବଂ ମାର୍କୋ ଜାନସେନ ଓ କାଗିଶୋ ରାବାଡ଼ା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମା’-ଭଉଣୀଙ୍କୁ ଦେଖି ଭାବପ୍ରବଣ ହୋଇପଡିଲେ କୋହଲି: ସଙ୍ଗେ ସଙ୍ଗେ କଲେ ଏମିତି କାମ

ନୂଆଦିଲ୍ଲୀ,୪।୭: ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିବା ପରେ ଟିମ ଇଣ୍ଡିଆ ଗୁରୁବାର ଭାରତ ଫେରିଛି। ରୋହିତ ଶର୍ମାଙ୍କ ସେନା ପ୍ରତ୍ୟାବର୍ତ୍ତନ ହେତୁ ସମଗ୍ର ଦେଶରେ...

ଟିମ୍‌ ଇଣ୍ଡିଆକୁ ମିଳିଲା ବଡ଼ ସରପ୍ରାଇଜ୍‌: ଖୁସିରେ ଗଦ୍‌ଗଦ୍‌ ହେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୪।୭: ଭାରତୀୟ କ୍ରିକେଟ ଦଳ ଟି-୨୦ ବିଶ୍ୱକପ ଜିତିବା ପରେ ଗୁରୁବାର ବାର୍ବାଡୋସ୍‌ରୁ ଦିଲ୍ଲୀ ଫେରିଥିଲେ। ଘରକୁ ଫେରିବା ପରେ ଟିମ ଇଣ୍ଡିଆ ନିଜେ ବିମାନବନ୍ଦରରେ...

କୋହଲିଙ୍କୁ ପରଷା ଯିବ ପସନ୍ଦର ଖାଦ୍ୟ, ମେନ୍ୟୁରେ ରହିଛି ଏହିସବୁ ଖାଦ୍ୟ

ନୂଆଦିଲ୍ଲୀ,୪।୭: ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ଜିତିବା ପରେ ଗୁରୁବାର ଭାରତ ଫେରିଛି। ଏଠାରୁ ରୋହିତ ବ୍ରିଗେଡ ଆଇଟିସି ମୌର୍ଯ୍ୟ (ITC Maurya) ହୋଟେଲରେ ପହଞ୍ଚିଥିଲେ।...

ପାଣ୍ଡ୍ୟାଙ୍କ ସହ ଛାଡପତ୍ର ଚର୍ଚ୍ଚା ମଧ୍ୟରେ ମନର କଥା କହିଦେଲେ ନତାଶା

ଅଭିନେତ୍ରୀ ତଥା ମଡେଲ ନତାଶା ଷ୍ଟାନକୋଭିକ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଛାଡପତ୍ରର ଗୁଜବ ଅନେକ ଦିନ ହେବ ଚର୍ଚ୍ଚାରେ ରହିଛି। ଏସବୁ ଭିତରେ...

ରାସ୍ତା ମଝିରେ ଭାଙ୍ଗଡା ଡ୍ୟାନ୍ସ କଲେ ସୂର୍ଯ୍ୟକୁମାର, ଆଶ୍ଚର୍ଯ୍ୟ ହୋଇଗଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୪।୭: ଆଜି ସାରା ଭାରତ ଉତ୍ସବମୁଖର। କାରଣ ଟି୨୦ ବିଶ୍ୱକପ ଧରି ଭାରତ ପହଞ୍ଚିଛି ଟିମ୍‌ ଇଣ୍ଡିଆ। ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ସେଲିବ୍ରେଶନ ହେବାକୁ ଯାଉଛି।...

ଆଜି ଭାରତୀୟ ଦଳର ବିଜୟ ପରେଡ; ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ, ଓ୍ବାଙ୍ଖଡେରେ ସମ୍ବର୍ଦ୍ଧନା

ମୁମ୍ବାଇ,୪ା୭: ଟି୨୦ ବିଶ୍ୱକପ୍‌ ବିଜେତା ଭାରତୀୟ ଦଳ ଶେଷରେ ବାର୍ବାଡୋସ୍‌ ଛାଡିଛି। ବାତ୍ୟା ହରିକେନ୍‌ କାରଣରୁ ଭାରତୀୟ ଦଳ ହୋଟେଲରେ ଅଟକି ରହିଥିଲା। ବୁଧବାର ଏୟାର...

ବିଶ୍ୱକପ ଟ୍ରଫି ସହ ଭାରତ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୪।୭: ଭାରତରେ ପହଞ୍ଚିଲା ବିଶ୍ୱ ବିଜେତା ଟିମ୍‌ ଇଣ୍ଡିଆ। ଟି ୨୦ ବିଶ୍ୱକପ ଟ୍ରଫି ସହ ଟିମ୍‌ ଇଣ୍ଡିଆ ବାର୍ବାଡୋସରୁ ଭାରତ ଫେରିଛି। ଏନେଇ ବିସିସିଆଇ...

ଭିଏତନାମରେ ତ୍ରିରାଷ୍ଟ୍ରୀୟ ଖେଳିବ ଭାରତ

ନୂଆଦିଲ୍ଲୀ, ୩।୭: ଭାରତୀୟ ଫୁଟବଲ ଦଳ ଭିଏତନାମ ଯାଇ ଏକ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଖେଳିବ। ଏଥିରେ ତୃତୀୟ ଦଳଭାବେ ଲେବାନନ ଅଂଶଗ୍ରହଣ କରିବ। ଫିଫା ଓ୍ବିଣ୍ଡୋକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri