Categories: ଖେଳ

ବିଶ୍ୱକପରେ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ଚେନ୍ନାଇ,୮।୧୦: ଦିନିକିଆ ବିଶ୍ୱକପର ପଞ୍ଚମ ମ୍ୟାଚରେ ଆୟୋଜକ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ମୁକାବିଲା ଚାଲିଛି। ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଟସ ଜିତି ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମ୍ୟାଚ ଭାରତ ପାଇଁ ଭଲ ଆରମ୍ଭ ହୋଇଥିଲା ଏବଂ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ତୃତୀୟ ଓଭରର ଦ୍ୱିତୀୟ ବଲରେ ଦଳକୁ ପ୍ରଥମ ସଫଳତା ଦେଇଥିଲେ। ସେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ମିଚେଲ ମାର୍ଶଙ୍କୁ ପାଭିଲିୟନକୁ ପଠାଇଥିଲେ। ମାର୍ଶଙ୍କ କ୍ୟାଚ୍‌ ବିରାଟ କୋହଲି ଧରିଥିଲେ।
ବିଶ୍ୱକପ୍‌ରେ ଭାରତର ପ୍ରଥମ ମ୍ୟାଚ୍‌ରେ ପ୍ରଥମ କ୍ୟାଚ ନେଇ କୋହଲି ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଥିଲେ। ସେ ବିଶ୍ୱକପ୍‌ରେ ସର୍ବାଧିକ କ୍ୟାଚ ନେଇଥିବା(ଉଇକେଟ୍‌ କିପରଙ୍କ ଛାଡି) ଭାରତୀୟ ଫିଲ୍ଡର ହୋଇଥିଲେ। ଏହି ପ୍ରସଙ୍ଗରେ କୋହଲି ପୂର୍ବତନ ଲେଗ ସ୍ପିନର ଅନିଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଛନ୍ତି। ପୂର୍ବତନ ଅଧିନାୟକ ବିରାଟ ବିଶ୍ୱକପରେ ୧୫ତମ କ୍ୟାଚ ନେଇଥିଲେ। ଏହାପୂର୍ବରୁ କୁମ୍ବଲେ ସର୍ବାଧିକ କ୍ୟାଚ ନେଇଥିଲେ।

ବିଶ୍ୱକପରେ ସର୍ବାଧିକ କ୍ୟାଚ ନେଇଥିବା ଭାରତୀୟ
ବିରାଟ କୋହଲି ୧୫
ଅନିଲ କୁମ୍ବଲେ ୧୪
କପିଲ ଦେବ ୧୨

Share