Categories: ଖେଳ

ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌: ଟପ୍‌-୧୦ରେ କୋହଲିଙ୍କ ସମେତ ଭାରତର ୩ ଖେଳାଳି

ଦୁବାଇ,୧୫।୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଛି ନୂଆ ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକା। ଏହି ତାଲିକାର ଟପ୍‌-୧୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସମେତ ୩ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। କୋହଲିଙ୍କ ବ୍ୟତୀତ ଅନ୍ୟ ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନ ହେଲେ ଅଜିଙ୍କ୍ୟ ରାହାନେ ଓ ଚେତେଶ୍ୱର ପୂଜାରା।

ଦୀର୍ଘ ଦିନ ହେଲା ଟେଷ୍ଟ କ୍ରିକେଟରୁ ଦୂରେଇ ରହିବା ସତ୍ତ୍ୱେ କୋହଲି ପୂର୍ବ ଅପେକ୍ଷା ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ଏବେ ୮୮୬ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି କୋହଲି। ପୂର୍ବ ଭଳି ଶୀର୍ଷରେ ରହିଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ (୯୧୧ ପଏଣ୍ଟ)। ନ୍ୟୁଜିଲାଣ୍ଡର କେନ ଓ୍ବିଲିୟମ୍ସ ତାଲିକାର ଦ୍ୱିତୀୟ ସ୍ଥାନରେ ଥିଲେ। ତାଙ୍କ ପଏଣ୍ଟରେ ଅବନତି ଘଟିବାରୁ କୋହଲି ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ୩ୟ ସ୍ଥାନରେ ଥିବା ଓ୍ବିଲିୟମ୍ସଙ୍କ ପଛକୁ ପଛ ରହିଛନ୍ତି ଅଷ୍ଟ୍ରେଲିଆର ମାର୍ନସ ଲାବୁଶାନେ, ପାକିସ୍ତାନର ବାବର ଆଜାମ, ଓ ଡେଭିଡ ଓାର୍ନର। ଭାରତୀୟ ଦଳର ଟେଷ୍ଟ ସ୍ପେଶାଲିଷ୍ଟ ପୂଜାରା (୭୬୬ ) ସପ୍ତମ ସ୍ଥାନରେ ଥିବାବେଳେ ବେନ ଷ୍ଟୋକ୍ସ (୭୬୦), ଜୋ ରୁଟ (୭୩୮) ଓ ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାନେ (୭୨୬) ଟପ୍‌-୧୦ରେ ରହିଛନ୍ତି।

Share