Posted inଖେଳ

ତୃତୀୟ ଟେଷ୍ଟରେ ଏହି ୫ ‘ବିରାଟ’ ରେକର୍ଡ ହାସଲ କରିପାରନ୍ତି କୋହଲି

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଫେବୃୟାରୀ ୨୪ଠାରୁ ଅହମ୍ମଦାବାଦର ନବନିର୍ମିତ ମୋତେରା ଷ୍ଟାଡିୟମରେ ଖେଳାଯିବ। ଏହି ଟେଷ୍ଟ ଦୁଇ ଦଳ ମଧ୍ୟରେ ପିଙ୍କ୍‌ ବଲରେ ଖେଳାଯିବ। ଅଧିନାୟକ ବିରାଟ କୋହଲିଙ୍କ ପାଇଁ ମଧ୍ୟ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚରେ କୋହଲି ଅଧିନାୟକ ତଥା ବ୍ୟାଟ୍ସମ୍ୟାନ ଭାବରେ ଅନେକ ରେକର୍ଡ ସୃଷ୍ଟି କରିବାର ସମ୍ଭାବନା ରହିଛି। ଯଦି ଟିମ ଇଣ୍ଡିଆ ମୋତେରା ଟେଷ୍ଟରେ ଜିତେ। କୋହଲିଙ୍କ ଅଧିନାୟକତ୍ୱରେ ନିଜ ମାଟିରେ ଭାରତର ୨୨ତମ ଟେଷ୍ଟ ବିଜୟ ହେବ। ଏହିପରି, ବିରାଟ ଅଧିନାୟକ ଭାବରେ ଘରୋଇ ପଡିଆରେ ସର୍ବାଧିକ ଟେଷ୍ଟ ଜିତିବାର ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିବେ।
ଅଧିନାୟକ ଭାବରେ ଦେଶରେ ୨୧-୨୧ ଟେଷ୍ଟ ଜିତି ବିରାଟ ଏବଂ ଧୋନୀ ଏବେ ସମାନ ସ୍ଥାନରେ ଅଛନ୍ତି। ଚେନ୍ନାଇରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଜିତିବା ପରେ ବିରାଟ ଧୋନିଙ୍କ ରେକର୍ଡ ସହ ସମାନ ହୋଇଥିଲେ। ପୂର୍ବତନ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନ (୧୩ ଟେଷ୍ଟ ବିଜୟ), ସୌରଭ ଗାଙ୍ଗୁଲି (୧୦ ଟେଷ୍ଟ ବିଜୟ) ଏବଂ ସୁନୀଲ ଗାଭାସ୍କର (୭ ଟେଷ୍ଟ ବିଜୟ) ମଧ୍ୟ ଏହି ତାଲିକାରେ ଅଛନ୍ତି। ଏଭଳି ପରିସ୍ଥିତିରେ ଧୋନୀଙ୍କୁ ପଛରେ ପକାଇ ଦେଶର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ ହେବାର ସୁଯୋଗ ପାଇବେ କୋହଲି। ଏଥି ସହିତ, ଯଦି ସାମଗ୍ରିକ ରେକର୍ଡ ବିଷୟରେ କଥାବାର୍ତ୍ତା ହୁଏ, ତେବେ କୋହଲି ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ ହୋଇସାରିଛନ୍ତି ।ତାଙ୍କ ଅଧିନାୟକତ୍ୱରେ ଭାରତ ୫୮ ଟି ଟେଷ୍ଟ ମଧ୍ୟରୁ ୩୪ଟି ଜିତିଛି। ୧୪ଟି ମ୍ୟାଚ ହାରିଛି ଏବଂ ୧୦ଟି ଡ୍ର ରହିଛି । ଅନ୍ୟପକ୍ଷରେ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୬୦ଟି ଟେଷ୍ଟ ଖେଳିଥିଲା। ଏଥିରେ ଦଳ ୨୭ ଟି ଜିତି ୧୮ଟି ହାରିଛି। ଯେତେବେଳେ କି ୧୫ଟି ମ୍ୟାଚ ଡ୍ର ହୋଇଥିଲା।
ଆହୁରି ମଧ୍ୟ ଅଧିନାୟକ ଭାବେ ସେ ଅନ୍ୟ ଏକ ସ୍ବତନ୍ତ୍ର ରେକର୍ଡ ଭାଙ୍ଗିପାରିବେ।ଯଦି କୋହଲି ଇଂଲଣ୍ଡ ବିପକ୍ଷରେ ପିଙ୍କ୍‌ ବଲ ଟେଷ୍ଟରେ ଏକ ଶତକ ହାସଲ କରିବାରେ ସଫଳ ହୁଅନ୍ତି। ତେବେ ସେ ଅଷ୍ଟ୍ରେଲିଆର ଅଧିନାୟକ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିଥିବା ରିକି ପଣ୍ଟିଙ୍ଗଙ୍କ ରେକର୍ଡ ଭାଙ୍ଗିପାରିବେ। ଅଧିନାୟକ ଭାବରେ ଏହା କୋହଲିଙ୍କ ୪୨ ତମ ଅନ୍ତର୍ଜାତୀୟ ଶତକ ହେବ। ସମ୍ପ୍ରତି ପଣ୍ଟିଂ ଏବଂ କୋହଲିଙ୍କର ୪୧-୪୧ ଶତକ ଅଛି। ୪୧ଟି ଅନ୍ତର୍ଜାତୀୟ ଶତକ ହାସଲ କରିବାକୁ ପଣ୍ଟିଂ ୩୨୪ ମ୍ୟାଚ ଖେଳିଥିଲେ। ୧୯୦ଟି ମ୍ୟାଚରେ ବିରାଟ ୪୧ଟି ଶତକ ହାସଲ କରିଛନ୍ତି। ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ଗ୍ରାମ ସ୍ମିଥ ତୃତୀୟ ସ୍ଥାନରେ ଅଛନ୍ତି। ସେ ଅଧିନାୟକ ଭାବରେ ୨୮୬ଟି ଆନ୍ତର୍ଜାତୀୟ ମ୍ୟାଚରେ ୩୩ ଶତକ ହାସଲ କରିଛନ୍ତି। ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ଅଧିନାୟକ ଭାବରେ ୯୩ଟି ଅନ୍ତର୍ଜାତୀୟ ମ୍ୟାଚରେ ୨୦ ଶତକ ହାସଲ କରିଛନ୍ତି।

ଏହା ବ୍ୟତୀତ କୋହଲି ମଧ୍ୟ ଭାରତ ପାଇଁ ସର୍ବାଧିକ ରନ ସଂଗ୍ରହ କରିବାରେ ଷଷ୍ଠ ବ୍ୟାଟ୍ସମ୍ୟାନ ହେବାର ସୁଯୋଗ ପାଇଛନ୍ତି। କୋହଲି ଏବେ ୪୧ଟି ଟେଷ୍ଟରେ ହାରାହାରି ୬୬ରେ ୩୭୦୩ ରନ କରିଛନ୍ତି। ଘରେ ସାମଗ୍ରିକ ଟେଷ୍ଟ ରନ ଦୃଷ୍ଟିରୁ କୋହଲି ବର୍ତ୍ତମାନ ସାତ ନମ୍ବରରେ ଅଛନ୍ତି। ୩୭୨୫ ରନ ସହ ଦିଲୀପ ଭେଙ୍ଗସରକାର ଷଷ୍ଠ ଏବଂ ଭିଭିଏସ ଲକ୍ଷ୍ମଣ ୩୭୬୭ ରନ ସହ ପଞ୍ଚମ ସ୍ଥାନରେ ଅଛନ୍ତି। ଅର୍ଥାତ୍‌ ଲକ୍ଷ୍ମଣଙ୍କୁ ପଛରେ ପକାଇବାକୁ କୋହଲିଙ୍କୁ ମାତ୍ର ୬୫ ରନ କରିବାକୁ ପଡିବ। ଭେଙ୍ଗସରକାର ଘରେ ୫୪ଟି ମ୍ୟାଚ ଖେଳିଥିବାବେଳେ ଲକ୍ଷ୍ମଣ ୫୭ଟି ମ୍ୟାଚ ଖେଳିଛନ୍ତି। ଦେଶରେ ସର୍ବାଧିକ ଟେଷ୍ଟ ରନ କରିବାରେ ସଚିନ ତେନ୍ଦୁଲକର ଶୀର୍ଷରେ ଅଛନ୍ତି। ସେ ହାରାହାରି ୫୩ରେ ୯୪ଟି ମ୍ୟାଚରେ ୭୨୧୬ ରନ ସଂଗ୍ରହ କରିଛନ୍ତି। ସେ ମଧ୍ୟ ୨୨ ଶତକ ଏବଂ ୩୨ ଅର୍ଦ୍ଧଶତକ ହାସଲ କରିଛନ୍ତି। ରାହୁଲ ଦ୍ରାବିଡ (୫୫୯୮) ଦ୍ୱିତୀୟ, ସୁନୀଲ ଗାଭାସ୍କର (୫୦୬୭) ତୃତୀୟ ଏବଂ ବିରେନ୍ଦର ସେହୱାଗ (୪୬୫୬) ଚତୁର୍ଥ ସ୍ଥାନରେ ଅଛନ୍ତି।
ଏଥି ସହିତ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟରେ ହଜାରେ ରନ ସ୍କୋର କରିଥିବା ଭାରତୀୟ ଅଧିନାୟକ ମଧ୍ୟ ତୃତୀୟ ବ୍ୟାଟ୍ସମ୍ୟାନ ହୋଇପାରନ୍ତି କୋହଲି। ଏବେ ସେ ଏହାଠାରୁ ମାତ୍ର ୧୨ ରନ ପୂରରେ ଅଛନ୍ତି । ସୁନୀଲ ଗାଭାସ୍କର (୧୩୩୧) ଏବଂ ଗୁଣ୍ଡାପ୍ପା ବିଶ୍ୱନାଥ (୧୦୨୨) ଏପରି କରିଛନ୍ତି।
କୋହଲି ମୋଟେରାରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଏକ ହଜାର ରନ ପୂରଣ କରିପାରିବେ। ଡବ୍ଲ୍ୟୁଟିସିର ୧୨ଟି ମ୍ୟାଚରେ ସେ ୮୫୦ ରନ କରିଛନ୍ତି। ଭାରତ ପାଇଁ କେବଳ ଅଜିଙ୍କେ ରାହାଣେ ମଧ୍ୟ ଏକ ହଜାରରୁ ଅଧିକ ରନ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି। ୧୫ଟି ମ୍ୟାଚରେ ରାହାଣେ ୧୦୬୧ ରନ କରିଛନ୍ତି। ଏଥି ସହିତ ରୋହିତ ଶର୍ମା ୯ଟି ମ୍ୟାଚରେ ୮୯୦ ରନ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସମସ୍ତଙ୍କ ସାମ୍ନାରେ ନିଜର ଭୁଲ ସ୍ବୀକାର କଲେ କୋହଲି, କହିଲେ-ହଁ, ମୁଁ…

ନୂଆଦିଲ୍ଲୀ,୨୬।୧୨: ବର୍ଡର-ଗାଭାସ୍କର ଟ୍ରଫିରେ କ୍ରିକେଟର ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ପର୍ଥ ଟେଷ୍ଟରେ ଶତକ ଲଗାଇଥିଲେ ହେଁ ଆଗାମୀ ୩...

ପ୍ରଥମ ଦିନରେ ଅଷ୍ଟ୍ରେଲିଆର ଆଧିପତ୍ୟ ଜାରି: ୪ ବ୍ୟାଟ୍ସମ୍ୟାନ୍‌ ହାସଲ କଲେ ଅର୍ଦ୍ଧଶତକ

ମେଲବୋର୍ନ,୨୬।୧୨: ମେଲବୋର୍ନରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିନ ଆୟୋଜକ ଅଷ୍ଟ୍ରେଲିଆ ନାମରେ ହୋଇଥିଲା। ପାଞ୍ଚ ମ୍ୟାଚ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚରେ ୧୯...

ଏହି କାମ ପାଇଁ କୋହଲିଙ୍କ ଉପରେ ଲାଗିଲା ଜୋରିମନା

ମେଲବୋର୍ନ,୨୬।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ବିରାଟ କୋହଲି ପ୍ରଥମ ଅଧିବେଶନରେ ସାମ କନଷ୍ଟାସଙ୍କ ସହ ମୁହାଁମୁହିଁ ହୋଇଥିଲେ। ପଡ଼ିଆରେ ଝଗଡା...

୧,୧୧୨ ଦିନ ପରେ ଭାଙ୍ଗିଲା ରେକର୍ଡ: ବୁମ୍‌ରାଙ୍କ ମୁଣ୍ଡବିନ୍ଧା ବଢାଇଲେ ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌

ମେଲବୋର୍ନ,୨୬।୧୨: ଡିସେମ୍ବର ୨୬ରୁ ବକ୍ସିଂ ଡେ ଟେଷ୍ଟ ଆରମ୍ଭ ହୋଇଛି। ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଏହା ହେଉଛି ଚତୁର୍ଥ ଟେଷ୍ଟ ମ୍ୟାଚ। ଭାରତ ଏବଂ ଅଷ୍ଟ୍ରେଲିଆ...

ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ କାହିଁକି ଖେଳାଯାଏ, ଜାଣନ୍ତୁ ଏହା ପଛର ଇତିହାସ

ମେଲବୋର୍ନ, ୨୬।୧୨: ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ଆଜିଠାରୁ ଆରମ୍ଭ ହୋଇଛିଛି। ତେବେ ଏହି ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌...

ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ: ଅଷ୍ଟ୍ରେଲିଆର ଦମ୍‌ଦାର ଆରମ୍ଭ

ମେଲବୋର୍ନ,୨୬।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ ହୋଇଛି। ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଟସ ଜିତି ପ୍ରଥମେ...

‘ସାଣ୍ଟା କ୍ଲଜ୍’ ବେଶରେ ଆସି ଇଣ୍ଟରନେଟରେ ନିଆଁ ଲଗାଇଲେ ଧୋନୀ

ଭୁବନେଶ୍ୱର,୨୫।୧୨: ଭାରତର କିମ୍ବଦନ୍ତୀ ଅଧିନାୟକ ପୁଣିଥରେ ଇଣ୍ଟରନେଟ୍ ନିଆଁ ଲଗାଇଛନ୍ତି। ଖ୍ରୀଷ୍ଟମାସରେ ଏକ ନୂତନ ଅବତାରରେ ଆଶି ସେ ସମସ୍ତଙ୍କୁ ଚମକି ଦେଇଛନ୍ତି। ଧୋନି ପାଞ୍ଚ...

”ପ୍ରଥମ ଦେଖାରେ ପ୍ରେମ”, ବିମାନରେ ଦେଖା ହେବା ପରେ ବିବାହ କରିବାକୁ ନେଇଥିଲେ ନିଷ୍ପତ୍ତି

ହାଇଦ୍ରାବାଦ: ଭାରତର ଷ୍ଟାର ସଟଲର ପିଭି. ସିନ୍ଧୁ ନିକଟରେ ଭେଙ୍କଟ୍ଟ ଦତ୍ତ ସାଇଙ୍କୁ ବିବାହ କରିଛନ୍ତି। ନିକଟତମ ସମ୍ପର୍କୀୟଙ୍କ ଗହଣରେ ଡିସେମ୍ବର ୨୨ ରେ ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri