Categories: ଖେଳ

ମ୍ୟାଚ୍‌ ମଝିରେ ‘ଲୁଙ୍ଗି ଡ୍ୟାନ୍ସ’ ଗୀତରେ ନାଚିଲେ କୋହଲି: ଦେଖନ୍ତୁ ଭିଡିଓ

କଲମ୍ବୋ,୧୪।୯: ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି କ୍ରିକେଟ ପଡ଼ିଆରେ କେବଳ ଦୁଇଟି ଅନ୍ଦାଜ୍‌ରେ ଦେଖିବାକୁ ମିଳେ। ଗୋଟିଏ ହେଉଛି ଆକ୍ରମଣାତ୍ମକ ଅନ୍ୟଟି ହେଉଛି ମଜା। ତେବେ ତାଙ୍କୁ ପ୍ରାୟତଃ ମ୍ୟାଚ ମଧ୍ୟରେ ପଡ଼ିଆରେ ନାଚୁଥିବା ଦେଖାଯାଏ। ପ୍ରଶଂସକମାନେ କୋହଲିଙ୍କ ଡ୍ୟନ୍ସକୁ ବହୁତ ପସନ୍ଦ କରନ୍ତି। ବର୍ତ୍ତମାନ ଏହିପରି ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଶାହାରୁଖ ଖାନଙ୍କ ଗୀତ ବାଜିବାରୁ ନିଜକୁ ଅଟକାଇ ନ ପାରି ମ୍ୟାଚ ସମୟରେ ନାଚିବା ଆରମ୍ଭ କରିଥିଲେ।
ଏହି ଭିଡିଓ ଏସିଆ କପର ସୁପର-୪ରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଅଟେ। ଭିଡିଓରେ ଏହା ଦେଖିବାକୁ ମିଳେ ଯେ କୋହଲି ଫିଲ୍ଡିଂ ପଏଣ୍ଟକୁ ଯାଉଛନ୍ତି, ଏହି ସମୟରେ ଷ୍ଟାଡିୟମରେ ‘ଲୁଙ୍ଗି ଡ୍ୟାନ୍ସ’ ଗୀତ ବାଜୁଛି। ଏହା ଶୁଣି ସେ ନାଚିବା ଆରମ୍ଭ କରନ୍ତି। କୋହଲିଙ୍କ ଡ୍ୟାନ୍ସ ଦେଖି ଭିଡ଼ ଭିତରେ ବସିଥିବା ଦର୍ଶକମାନେ ଜୋରରେ ପାଟି କରିବାକୁ ଲାଗିଲେ। କୋହଲିଙ୍କ ଡ୍ୟାନ୍ସ ର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ କୋହଲି ୧୨ ବଲରେ ମାତ୍ର ୩ ରନ ସ୍କୋର କରି ଆଉଟ ହୋଇଥିଲେ।

Share