Categories: ଖେଳ

୬ ବର୍ଷ ପରେ ଏମିତି କାମ କଲେ କୋହଲି

ପୁନେ,୧୯।୧୦: ବିରାଟ କୋହଲି ସବୁବେଳେ ଦଳର ଆବଶ୍ୟକତା ପାଇଁ ଛିଡା ହୁଅନ୍ତି। ଆଜି ଏହାର ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବୋଲିଂ ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ। ଏହା ପରେ ବିରାଟ କୋହଲି ଅଧା ଓଭର ଶେଷ କରିବାକୁ ଆସିଥିଲେ। ଏହିପର ବିରାଟ କୋହଲି ପ୍ରାୟ ୬ ବର୍ଷ ପରେ ବୋଲିଂରେ ନିଜର ଚେଷ୍ଟା କରିଥିଲେ। ଏହାପୂର୍ବରୁ ବିରାଟ କୋହଲି ଶେଷ ଅଗଷ୍ଟ ୨୦୧୭ରେ ବୋଲିଂ କରିଥିଲେ। ସେହି ମ୍ୟାଚ୍‌ରେ ଭାରତ ଏବଂ ଶ୍ରୀଲଙ୍କାର ଦଳ ମୁହାଁମୁହିଁ ହୋଇଥିଲେ। ଦୁଇ ଦଳ ମଧ୍ୟରେ ମ୍ୟାଚ କଲମ୍ବୋରେ ଖେଳାଯାଇଥିଲା।
ଏଥି ସହ ବିରାଟ କୋହଲି ଚତୁର୍ଥ ଥର ପାଇଁ ବିଶ୍ୱକପରେ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା। ବିଶ୍ୱକପ ୨୦୧୧ରେ ବିରାଟ କୋହଲି ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ବିପକ୍ଷରେ ବୋଲିଂ କରିଥିଲେ। ଏହା ପରେ ସେ ବିଶ୍ୱକପ ୨୦୧୫ରେ ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଂରେ ନିଜର ଚେଷ୍ଟା କରିଥିଲେ। ଏହିପରି ଭାବେ ବିଶ୍ୱକପ୍‌ ୪ଟି ମ୍ୟାଚ୍‌ରେ ବିରାଟ କୋହଲିଙ୍କୁ ବୋଲର ଭାବେ ଦେଖିବାକୁ ମିଳିଛି। ତେବେ ବିରାଟ କୋହଲି ବୋଲିଂର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share