Categories: ଖେଳ

ୟୋ-ୟୋ ଟେଷ୍ଟରେ କୋହଲି ହାସଲ କଲେ ରେକର୍ଡ ଅଙ୍କ, ଫଟୋ ପୋଷ୍ଟ କରି…

ନୂଆଦିଲ୍ଲୀ,୨୫।୮: ଏସିଆ କପ୍‌ ୨୦୨୩ ପୂର୍ବରୁ ଭାରତୀୟ କ୍ରିକେଟର ଗୁରୁବାର ଫିଟନେସ୍‌ ‘ଡ୍ରିଲ୍ସ’ର ଅଭ୍ୟାସ କରିଥିଲେ। ଏଥିରେ ୟୋ-ୟୋ ଟେଷ୍ଟ ସାମିଲ ଥିଲା। ଏହି ଟେଷ୍ଟରେ ବିରାଟ କୋହଲି ସର୍ବାଧିକ ୧୭.୨ ଅଙ୍କ ହାସଲ କରିଛନ୍ତି। ବିସିସିଆଇ ଫିଟନେସ ପାରାମିଟର ୧୬.୫ ରଖିଥିଲା। ତେବେ ବିରାଟ ଏହି ସଫଳତାକୁ ନେଇ ଇନଷ୍ଟାଗ୍ରାମରେ ଷ୍ଟୋରୀ ଶେୟାର କରିଛନ୍ତି।

ତେବେ କୋହଲିଙ୍କ ବ୍ୟତିତ ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଅନ୍ୟ ଖେଳାଳିମାନେ ମଧ୍ୟ ‘ଡ୍ରିଲ୍ସ’ରେ ସାମିଲ ହୋଇଥିଲେ। ସମସ୍ତେ ୟୋ ୟୋ ଟେଷ୍ଟରେ ସଫଳ ମଧ୍ୟ ହୋଇଛନ୍ତି।

Share