Categories: ଖେଳ

୬ ବର୍ଷ ପରେ ସବୁଠୁ ଖରାପ ର଼୍ୟାଙ୍କିଙ୍ଗ୍‌ରେ ପହଞ୍ଚିଲେ କୋହଲି

ନୂଆଦିଲ୍ଲୀ,୨୮।୧୨: ବିରାଟ କୋହଲି ଟି-୨୦ କ୍ରିକେଟରେ ଦୃଢ ପ୍ରତ୍ୟାବର୍ତ୍ତନ କରିଛନ୍ତି କିନ୍ତୁ ଟେଷ୍ଟରେ ତାଙ୍କର ଖରାପ ପ୍ରଦର୍ଶନ ଜାରି ରହିଛି। ଏହାର ପ୍ରଭାବ ହେଉଛି ସର୍ବଶେଷ ଆଇସିସି ଟେଷ୍ଟ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ସେ ଦୁଇଟି ସ୍ଥାନ ଖସି ୧୪ତମ ସ୍ଥାନରେ ରହିଛନ୍ତି। ଗତ ୬ ବର୍ଷ ମଧ୍ୟରେ ଏହା ତାଙ୍କର ସବୁଠାରୁ ଖରାପ ଟେଷ୍ଟ ର଼୍ୟାଙ୍କିଙ୍ଗ। ଏହାପୂର୍ବରୁ ନଭେମ୍ବର ୨୦୧୬ରେ ସେ ଏହି ର଼୍ୟାଙ୍କିଙ୍ଗ ମିଳିଥିଲା।
ଶ୍ରେୟସ ଆୟର ଚଳିତ ବର୍ଷ ଟେଷ୍ଟ ଏବଂ ଦିନିକିଆ କ୍ରିକେଟରେ ଭଲ ଫର୍ମରେ ଅଚନ୍ତି। ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ତାଙ୍କ ବ୍ୟାଟ ଜୋରଦାର ଚାଲିଥିଲା। ଫଳସ୍ବରୂପ, ଶ୍ରେୟସ ଟେଷ୍ଟ ର଼୍ୟାଙ୍କିଙ୍ଗରେ ୧୦ଟି ସ୍ଥାନକୁ ଡେଇଁ ୧୬ ତମ ସ୍ଥାନ ହାସଲ କରିଛନ୍ତି।
ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆର ମାର୍ନୁସ ଲାବୁଶାନେ ଶୀର୍ଷରେ ରହିଛନ୍ତି। ତାଙ୍କ ପରେ ବାବର ଆଜାମ, ଷ୍ଟିଭ ସ୍ମିଥ, ଟ୍ରାଭିସ ହେଡ ଏବଂ ଜୋ ରୁଟ ଏହି ତାଲିକାରେ ଶ୍ରେଷ୍ଠ-୫ ବ୍ୟାଟ୍ସମ୍ୟାନ ଅଟନ୍ତି। ରିଷଭ ପନ୍ତ ଷଷ୍ଠ ସ୍ଥାନରେ ରହିଛନ୍ତି। ସେମାନଙ୍କ ପରେ କେନ ୱିଲିୟମ୍ସନ, ଦିମୁଥ କରୁଣାତ୍ନେ, ରୋହିତ ଶର୍ମା ଏବଂ ଉସମାନ ଖ୍ବାଜାଙ୍କ ସଂଖ୍ୟା ଆସେ।
ଟେଷ୍ଟ ବୋଲରଙ୍କ ମଧ୍ୟରେ ଟପ-୧୦ରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଠାରେ ପ୍ୟାଟ କମିନ୍ସ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପରେ ଜେମ୍ସ ଆଣ୍ଡରସନ, କାଗିସୋ ରାବାଡା, ଜସପ୍ରୀତ ବୁମରା, ଆର ଅଶ୍ୱିନ, ଅଲି ରବିନ୍ସନ, ଶାହିନ ଆଫ୍ରିଡି, କାଇଲ ଜାମିସନ, ମିଚେଲ ଷ୍ଟାର୍କ ଏବଂ ନିଲ ୱାଗନର୍‌ ଅଛନ୍ତି।
ଟେଷ୍ଟ ଅଲରାଉଣ୍ଡର ପ୍ରଥମ ଦୁଇଟି ସ୍ଥାନ ଭାରତୀୟଙ୍କ ଦ୍ୱାରା ଦଖଲ କରାଯାଇଛି। ରବିନ୍ଦ୍ର ଜାଡେଜା ଏକ ନମ୍ବରରେ ଏବଂ ଆର ଅଶ୍ୱିନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଶାକିବ ଅଲ ହାସନ ତୃତୀୟ ଏବଂ ବେନ ଷ୍ଟୋକ୍ସ ଚତୁର୍ଥ ସ୍ଥାନରେ ଅଛନ୍ତି। ସେମାନଙ୍କ ପରେ ମିଚେଲ ଷ୍ଟାର୍କ, ଜେସନ ହୋଲ୍ଡର, ପ୍ୟାଟ କମିନ୍ସ, କଲିନ ଡି ଗ୍ରାଡହୋଲମ, କାଇଲ ମାୟର୍ସ ଏବଂ କାଇଲ ଜାମିସନ ଅଛନ୍ତି।

Share