Categories: ଖେଳ

କେକ୍‌ ଧରି ପଡ଼ିଆରେ ଡ୍ୟାନ୍ସ କଲେ କୋହଲି

ତ୍ରିନିଦାଦ,୨୪।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ତ୍ରିନିଦାଦରେ ଖେଳାଯାଉଛି। ଏହା ହେଉଛି ବିରାଟ କୋହଲିଙ୍କ ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ। ଏହି ମ୍ୟାଚରେ ଶତକ ହାସଲ କରି କୋହଲି ଏକ ବଡ଼ ସଫଳତା ହାସଲ କରିସାରିଛନ୍ତି। ସେ ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚରେ ଶତକ ହାସଲ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଥିଲେ। କୋହଲି ଭାରତ ପାଇଁ ପ୍ରଥମ ଇନିଂସରେ ୧୨୧ ରନ ଖେଳିଥିଲେ। ଏହି ସମୟରେ ବିରାଟ କୋହଲିଙ୍କ ଡ୍ୟାନ୍ସର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବିରାଟ କୋହଲି କେକ ଖାଇବା ସହିତ ଏକ ଜବରଦସ୍ତ ଡ୍ୟାନ୍ସ କରୁଥିବା ଭିଡିଓରେ ଦେଖାଯାଉଛ। ଏହା ପ୍ରଥମ ନୁହେଁ ଯେ, ବିରାଟ କୋହଲି ପଡ଼ିଆରେ ନାଚୁଥିବାର ନଜର ଆସିଛନ୍ତି। ତାଙ୍କୁ ପ୍ରାୟତଃ ପଡ଼ିଆରେ ନାଚୁଥିବା ଦେଖାଯାଏ। ଏହି ଭାଇରାଲ ଭିଡିଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିର ବୋଲି କୁହାଯାଉଛି।

Share