ମେଲବର୍ନ,୨୪।୧୨: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପୈତୃକ ଛୁଟିର ଉଦାହରଣ ଦେଇ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ଭାରତୀୟ ଦଳ ପରିଚାଳନାକୁ ଟାର୍ଗେଟ କରିଛନ୍ତି। ଭାରତୀୟ ଡ୍ରେସିଂ ରୁମରେ ବିଭିନ୍ନ ଖେଳାଳିଙ୍କ ପାଇଁ ଭିନ୍ନ ନିୟମ ଅଛି ବୋଲି ଗାଭାସ୍କର କହିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଦଳର ନୂଆ ଖେଳାଳି ଟି ନଟରାଜନ ମଧ୍ୟ ଏହି ‘ନିୟମ’ ବିଷୟରେ ଚିନ୍ତା କରୁଛନ୍ତି। ବିରାଟ କୋହଲି ତାଙ୍କର ପ୍ରଥମ ସନ୍ତାନର ଜନ୍ମ ପାଇଁ ଭାରତ ଫେରିଛନ୍ତି। କିନ୍ତୁ ଆଇପିଏଲ ୨୦୨୦ରେ ପିତା ହୋଇଥିବା ଟି ନଟରାଜନ ଏପର୍ଯ୍ୟନ୍ତ ତାଙ୍କ ଝିଅର ଚେହେରା ଦେଖି ନାହାଁନ୍ତି। ଆଇପିଏଲ ପ୍ଲେ ଅଫ ସମୟରେ ଟି. ନଟରାଜନ ପ୍ରଥମ ଥର ପାଇଁ ପିତା ହୋଇଥିଲେ। ପରେ ସେ ସିଧାସଳଖ ଅଷ୍ଟ୍ରେଲିଆରୁ ୟୁଏଇକୁ ଯାଇଥିଲେ।