Categories: ଖେଳ

ଦ୍ୱିତୀୟ ଟେଷ୍ଟ ପାଇଁ କଠିନ ପରିଶ୍ରମ କରୁଛନ୍ତି କୋହଲି

ପୋର୍ଟ ଅଫ ସ୍ପେନ୍‌,୧୮।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ୨ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜୁଲାଇ ୨୦ରୁ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ପାଇଁ ପୋର୍ଟ ଅଫ ସ୍ପେନ୍‌ରେ ଭାରତ-ୱେଷ୍ଟଇଣ୍ଡିଜ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ ପୂର୍ବରୁ ଭାରତ ଏବଂ ୱେଷ୍ଟଇଣ୍ଡିଜ ଖେଳାଳିମାନେ ଜୋରଦାର ଅଭ୍ୟାସ କରୁଛନ୍ତି। ତେବେ ସୋସିଆଲ ମିଡିଆରେ ବିରାଟ କୋହଲି ଜିମରେ ନିଜକୁ ଫିଟ୍‌ ରଖିବା ପାଇଁ କଠିନ ପରିଶ୍ରମ କରୁଥିବା ନଜର ଆସିଛନ୍ତି। ବିରାଟ କୋହଲିଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। କ୍ରିକେଟ ପ୍ରଶଂସକମାନେ ଏହି ଫଟୋକୁ ବହୁତ ପସନ୍ଦ କରନ୍ତ।
ଡୋମିନିକା ଟେଷ୍ଟରେ ଭାରତ ୱେଷ୍ଟଇଣ୍ଡିଜକୁ ଗୋଟିଏ ଇନିଂସ ଏବଂ ୧୪୧ ରନରେ ପରାସ୍ତ କରିଛି। ଏହି ମ୍ୟାଚ ମାତ୍ର ୩ ଦିନରେ ଶେଷ ହୋଇଥିଲା। ବିରାଟ କୋହଲି ଏହି ମ୍ୟାଚରେ ଚମତ୍କାର ଇନିଂସ ଖେଳିଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷ ଡୋମିନିକା ଟେଷ୍ଟ ମ୍ୟାଚରେ ବିରାଟ କୋହଲି ୧୮୨ ବଲରେ ୭୬ ରନ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ୫ ଚୌକା ମାରିଥିଲେ। ତେବେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ଭଲ ବ୍ୟାଟିଂ କରିବେ ବୋଲି ଭାରତୀୟ ପ୍ରଶଂସକମାନେ ଆଶା କରୁଛନ୍ତି। ବିରାଟ କୋହଲି ଦୀର୍ଘ ଦିନ ହେବ ବିଦେଶୀ ମାଟିରେ ଟେଷ୍ଟ ମ୍ୟାଚ୍‌ରେ ଶତକ ହାସଲ କରିପାରିନାହାଁନ୍ତି। ପ୍ରଶଂସକମାନେ ଆଶା କରୁଛନ୍ତି ଯେ ବିରାଟ କୋହଲି ଶୀଘ୍ର ଶତକ ଅର୍ଜନ କରିବେ।

Share