Categories: ଖେଳ

ସଚିନ-ଧୋନୀଙ୍କ କ୍ଲବ୍‌ରେ ସାମିଲ ହେଲେ କୋହଲି

ଇନ୍ଦୋର,୧।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୧୦୯ ରନ କରି ଅଲଆଉଟ୍‌ ହୋଇଯାଇଛି। ତେବେ ବିରାଟ କୋହଲି ଏହି ମ୍ୟାଚରେ ପଡ଼ିଆକୁ ଆସିବା ମାତ୍ରେ ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ। ସେ ତିନୋଟି ଫର୍ମାଟକୁ ମିଶାଇ ଘରୋଇ ପଡିଆରେ ୨୦୦ ମ୍ୟାଚ ଖେଳିବା ପାଇଁ ଭାରତର ତୃତୀୟ ଖେଳାଳି ଏବଂ ବିଶ୍ୱର ୧୩ତମ ଖେଳାଳି ହୋଇଥିଲେ।
ଏହି ପରିପ୍ରେକ୍ଷୀରେ କୋହଲି ମହେନ୍ଦ୍ର ସିଂ ଧୋନୀ ଏବଂ ସଚିନ ତେନ୍ଦୁଲକରଙ୍କ କ୍ଲବରେ ଯୋଗ ଦେଇଥିଲେ। ସଚିନ ଘରୋଇ ପଡିଆରେ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ସମେତ ୨୫୮ଟି ମ୍ୟାଚ ଖେଳିଥିଲେ। ଏହା ସହିତ ଧୋନୀ ଘରୋଇ ଗ୍ରାଉଣ୍ଡରେ ୩ଟି ଫର୍ମାଟକୁ ମିଶାଇ ୨୦୨ ମ୍ୟାଚ ଖେଳିଥିଲେ। ସାମଗ୍ରିକ ଘରୋଇ ଗ୍ରାଉଣ୍ଡରେ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ରେକର୍ଡ ଅଷ୍ଟ୍ରେଲିଆର ମହାନ କ୍ରିକେଟର ଆଲାନ ବର୍ଡରଙ୍କ ନାମରେ ଅଛି। ସେ ଘରୋଇ ପଡିଆରେ ୨୬୩ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲା। ଏଥିରେ ସେ ୯୮୧୧ ରନ ସ୍କୋର କରିଥିଲେ। ଏଥି ସହିତ ତେନ୍ଦୁଲକର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୨୫୮ ଘରୋଇ ମ୍ୟାଚରେ ତେନ୍ଦୁଲକର ୧୪୧୯୨ ରନ ସ୍କୋର କରିଥିଲେ। ଘରୋଇ ପଡିଆରେ ଶ୍ରୀଲଙ୍କାର ମାହେଲା ଜୟୱର୍ଦ୍ଧନେ ଏବଂ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୨୪୯ଟି ଲେଖାଏ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଜୟୱର୍ଦ୍ଧନେ ୨୪୯ ମ୍ୟାଚରେ ୧୧୬୭୯ ରନ ଏବଂ ପଣ୍ଟିଂ ୧୩୧୧୭ ରନ ସ୍କୋର କରିଥିଲେ। ଘରୋଇ ଗ୍ରାଉଣ୍ଡରେ ୨୪୨ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଷ୍ଟିଭ ୱ ୮୮୭୫ ରନ ସଂଗ୍ରହ କରିଥିଲେ।
ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୨୩୫ ମ୍ୟାଚ (୧୨୦୪୩ ରନ), ଦକ୍ଷିଣ ଆଫ୍ରିକାର ଜ୍ୟାକ କଲିସ ୨୩୪ ମ୍ୟାଚ (୧୨୩୦୫ ରନ), ମାର୍କ ବାାଉଚର୍‌ ୨୧୯ ମ୍ୟାଚ (୫୨୫୩ ରନ), ବାଂଲାଦେଶର ମୁଶଫିକୁର ରହିମ ୨୧୨ ମ୍ୟାଚ (୭୨୩୩ ରନ), ନ୍ୟୁଜିଲାଣ୍ଡର ରସ ଟେଲର ୨୧୦ ମ୍ୟାଚ (୮୮୯୦ ରନ) ), ୱେଷ୍ଟଇଣ୍ଡିଜ କ୍ରିସ ଗେଲ ୨୦୪ ମ୍ୟାଚ (୮୧୬୮ ରନ) ଏବଂ ଧୋନୀ ୨୦୨ ମ୍ୟାଚ (୭୪୦୧ ରନ) ୨୦୦ ମ୍ୟାଚ୍‌ରେ କୋହଲି ୧୦୮୪୮ ରନ କରିଛନ୍ତି।

Share