Advertisement
Categories: ଖେଳ

ଖାସ୍‌ ଉପଲବ୍ଧି ହାସଲ କଲେ କୋହଲି

ନୂଆଦିଲ୍ଲୀ,୨୧।୭: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଏପର୍ଯ୍ୟନ୍ତ ବ୍ୟାଟ୍ସମ୍ୟାନଙ୍କ ସହ ତାଙ୍କର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚକୁ ଅତ୍ୟନ୍ତ ସ୍ବତନ୍ତ୍ର କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ତ୍ରିନିଦାଦ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷରେ କୋହଲି ୮୭ ରେ ଅପରାଜିତ ରହିଛନ୍ତି। ଏହି ଇନିଂସ ସହ ଏକ ବଡ଼ ଉଲବ୍ଧି ହାସଲ କରିଛନ୍ତି। ବିଶ୍ୱ କ୍ରିକେଟରେ ସର୍ବାଧିକ ଅନ୍ତର୍ଜାତୀୟ ରନ ସ୍କୋର କରିଥିବା ଶ୍ରେଷ୍ଠ-୫ ଖେଳାଳିଙ୍କ ତାଲିକାରେ ସେ ଯୋଗ ଦେଇଛନ୍ତି।
ସଚିନ ତେନ୍ଦୁଲକର ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛ। କୋହଲି ବର୍ତ୍ତମାନ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି। କୋହଲି ବର୍ତ୍ତମାନ ତାଙ୍କ ନାମରେ ୨୫୫୪୮ ରନ କରିଛନ୍ତି। କୋହଲିଙ୍କ ଉପରକୁ ସଚିନ ତେନ୍ଦୁଲକର, କୁମାର ସାଙ୍ଗାକାରା, ରିକି ପଣ୍ଟିଂ ଏବଂ ମହେଲା ଜୟୱର୍ଦ୍ଧନେ ଅଛନ୍ତି। ଏହାସହ ୫୦୦ତମ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିବାରେ କୋହଲି ବିଶ୍ୱର ପ୍ରଥମ ଖେଳାଳି ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel