Categories: ଖେଳ

ଓ୍ବାର୍ମଅପ୍‌ରେ ଖେଳି ନ ପାରନ୍ତି କୋହଲି

ସିଡ୍‌ନୀ, ୯।୧୨(ପି.ଟି.)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ୩ ଦିନିଆ ଦିବାରାତ୍ର ଓ୍ବାର୍ମଅପ୍‌ ଗେମ୍‌ ଖେଳିବା ସମ୍ଭାବନା କମ୍‌ ରହିଛି। ଦିନିକିଆ ପରେ ଟି୨୦ ସିରିଜ ମଙ୍ଗଳବାର ଶେଷ ହୋଇଛି। ୩ ଦିନ ପରେ ଓ୍ବାର୍ମଅପ୍‌ ମ୍ୟାଚ ଆରମ୍ଭ ହେବ। ପରେ ଡିସେମ୍ବର ୧୭ରୁ ଆଡିଲେଡଠାରେ ପ୍ରଥମ ଟେଷ୍ଟ ଖେଳାଯିବ। ତେଣୁ ସେ ଓ୍ବାର୍ମଅପ୍‌ ଖେଳିବା ସମ୍ଭାବନା କମ୍‌, ବୁଧବାର ଫିଜିଓଙ୍କ ସହ ଆଲୋଚନାପରେ ଏ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି କୋହଲି ସୂଚନା ଦେଇଛନ୍ତି। ପ୍ରଥମ ସନ୍ତାନର ଜନକ ହେବାକୁ ଯାଉଥିବାରୁ ସେ ଦିବାରାତ୍ର ବିଶିଷ୍ଟ ପ୍ରଥମ ଟେଷ୍ଟ ଖେଳିବା ପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ।

Share