Categories: ଖେଳ

‘ମହାରେକର୍ଡ’ ଲକ୍ଷ୍ୟରେ କୋହଲି

ବ୍ରିଜ୍‌ଟାଉନ୍‌,୨୭।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହେବ। ଏହି ସିରିଜ୍‌ରେ ମାଧ୍ୟମରେ ବିରାଟ କୋହଲି ଏକ ବର୍ଡ ରେକର୍ଡ କରିପାରନ୍ତି। ତାଙ୍କ ଦିନିକିଆ କ୍ୟାରିୟରରେ ୧୩,୦୦୦ ରନ ଛୁଇଁ ପାରିବେ। ଦିନିକିଆରେ ୧୩,୦୦୦ ରନ ପୂରଣ କରିବାକୁ କୋହଲିଙ୍କୁ ମାତ୍ର ୧୦୨ ରନ ଆବଶ୍ୟକ। ଏହି ସିରିଜରେ ୧୦୨ ରନ ସ୍କୋର କରି କୋହଲି ବିଶ୍ୱର ଦ୍ରୁତତମ ବ୍ୟାଟ୍ସମ୍ୟାନ ହୋଇପାରିବେ। ଏହି ପରିପ୍ରେକ୍ଷୀରେ ସେ ଭାରତୀୟ ପୂର୍ବତନ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ପାରିବେ।
ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ଗୁରୁବାରଠାରୁ ଆରମ୍ଭ ହେବ। ସିରିଜର ପ୍ରଥମ ମ୍ୟାଚ ବାରବାଡୋସରେ ଖେଳାଯିବ। କୋହଲି ପ୍ରଥମ ମ୍ୟାଚରେ ଏକ ଶତକ ହାସଲ କଲେ ଦିନିକିଆରେ ୧୩,୦୦୦ ରନ ପୂରଣ କରିପାରିବେ। ଦିନିକିଆରେ ୩୨୧ ଇନିଂସରେ ସଚିନ ତେନ୍ଦୁଲକର ଏହି ସଂଖ୍ୟା ଛୁଇଁଛନ୍ତି। ବିରାଟ କୋହଲି ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ୨୬୫ଟି ଇନିଂସ ଖେଳିଛନ୍ତି। ୧୦୨ କଲେ ସେ ଦିନିକିଆରେ ଦ୍ରୁତତମ ୧୩,୦୦୦ ରନ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ୍‌ ହୋଇପାରିବେ।
ଏହାପୂର୍ବରୁ, କୋହଲି ଦ୍ରୁତତମ ୧୨,୦୦୦ ରନ କରିଥିଲେ। ଏଥି ସହିତ କୋହଲି ୮,୦୦୦, ଦ୍ରୁତତମ ୯,୦୦୦, ଦ୍ରୁତତମ ୧୦, ୦୦୦ ଏବଂ ଦ୍ରୁତତମ ୧୧,୦୦୦ ରନ ସ୍କୋର କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ ଅଟନ୍ତି। ବର୍ତ୍ତମାନ ସେ ମଧ୍ୟ ୧୩,୦୦୦ ରନ ସ୍କୋର କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ ହେବାକୁ ଯାଉଛନ୍ତି।
ବିରାଟ କୋହଲି ଅଗଷ୍ଟ ୧୮, ୨୦୦୮ରେ ନିଜର ଦିନିକିଆ ଡେବ୍ୟୁ କରିଥିଲେ। ସେ ଏପର୍ଯ୍ୟନ୍ତ ୨୭୪ଟି ଦିନିକିଆ ଖେଳିଛନ୍ତି। ଏହି ମ୍ୟାଚଗୁଡିକର ୨୬୫ ଇନିଂସରେ ସେ ହାରାହାରି ୫୭.୩୨ରେ ୧୨୮୯୮ରନ ସ୍କୋର କରିଛନ୍ତି। ସେ ୪୬ ଶତକ ଏବଂ ୫୬ ଅର୍ଦ୍ଧଶତକ କରିଛନ୍ତି। ଦିନିକିଆରେ ସର୍ବାଧିକ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ ତାଲିକାରେ କୋହଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ସଚିନ ତେନ୍ଦୁଲକର ୪୯ ଶତକ ସହିତ ଏକ ନମ୍ବରରେ ଅଛନ୍ତି।

Share