Categories: ଖେଳ

କୋହଲିଙ୍କ ଲଜ୍ଜାଜନକ ରେକର୍ଡ

ଅହମ୍ମଦାବାଦ,୨୮।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ବିରାଟ କୋହଲିଙ୍କ ଲାଗି ବେଶ ନୈରାଶ୍ୟଜନକ ରହିଥିଲା। ତାଙ୍କ ଦଳ ଫାଇନାଲ ଖେଳିବାରେ ବିଫଳ ହୋଇଥିବା ବେଳେ ବ୍ୟକ୍ତିଗତ ଭାବେ ବିରାଟ ବ୍ୟାଟିଂରେ ବିଫଳ ହୋଇଛନ୍ତି। ଶୁକ୍ରବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସେ ମାତ୍ର ୭ ରନ୍‌ କରି ଆଉଟ୍‌ ହୋଇ ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଆଇପିଏଲ୍‌ର ୧୫ତମ ସିଜନରେ ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ୭ ଥର ଏକ ଅଙ୍କ ବିଶିଷ୍ଟ ସ୍କୋର କରିଛନ୍ତି। ସେ ୭ଟି ମ୍ୟାଚ୍‌ରେ ୫,୧,୦,୦, ୯,୦,୭ ରନ୍‌ କରିଛନ୍ତି। ସେଥିରୁ ୩ଟିରେ ବିରାଟ ଖାତା ଖୋଲି ପାରି ନାହାନ୍ତି।

ଏକ ସିଜନରେ ସର୍ବାଧିକ ସିଙ୍ଗଲ୍‌ ଡିଜିଟ୍‌ ସ୍କୋରର ରେକର୍ଡ:
୮ ଥର- ପ୍ରବୀଣ କୁମାର(୨୦୦୮)
୭ ଥର- ରବିନ ଉଥ୍ଥପା(୨୦୦୯)
୭ ଥର- କ୍ରିସ ଗେଲ୍‌(୨୦୧୬)
୭ ଥର- ବିରାଟ କୋହଲି(୨୦୨୨)

Share